ଉତ୍ତରାଖଣ୍ଡରେ ଭାଙ୍ଗିଲା ଗ୍ଲାସିୟର, ୧୫୦ ଲୋକ ନିଖୋଜ

ଉତ୍ତରାଖଣ୍ଡରେ ଭାଙ୍ଗିଲା ଗ୍ଲାସିୟର, ୧୫୦ ଲୋକ ନିଖୋଜ
ଉତ୍ତରାଖଣ୍ଡରେ ଭାଙ୍ଗିଲା ଗ୍ଲାସିୟର, ୧୫୦ ଲୋକ ନିଖୋଜ

 ଉତ୍ତରାଖଣ୍ଡରେ ଆଜି ବଡ଼ ବିପତ୍ତି ସୃଷ୍ଟି ହୋଇଛି। ସେଠାକାର ଧୌଲି ଗଙ୍ଗା ନଦୀରେ ପ୍ରବଳ ବନ୍ୟା ଆସିବାପରେ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ୧୫୦ କର୍ମଚାରୀ ନିଖୋଜ ଅଛନ୍ତି। ଉତ୍ତରାଖଣ୍ଡ ଗ୍ଲେସିୟର ଭାଙ୍ଗିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ସମ୍ବନ୍ଧିତ ବିଭାଗ ଓ ଅଧିକାରୀଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଙ୍ଗା ନଦୀ କୂଳରେ ପଡୁଥିବା ସମସ୍ତ ଜିଲ୍ଲାର ଜିଲ୍ଲା ଅଧିକାରୀ ଓ ପୁଲିସ ଅଧିକ୍ଷକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡେରାଡୁନରେ ଉଚ୍ଚ ସ୍ଥରୀୟ ବୈଠକ ଡକାଯାଇଛି। ଗାଜିଆବାଦର ଏନଡିଆରଏଫର ୮ଟି ବାଟାଲିୟନ ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି। ଡଗ୍ ସ୍କ୍ୱାର୍ଡ ଟିମ ଅତ୍ୟାଧୁନିକ ଯନ୍ତ୍ରପାତି ସହ ୪୫ ଲୋକଙ୍କ ଟିମ ଉତ୍ତରାଖଣ୍ଡ ବାହାରିଛନ୍ତି।