ଓଡିଶାର ଦୁଇ ଅଙ୍ଗନବାଡ଼ିକର୍ମୀଙ୍କୁ ରାଷ୍ଟ୍ରପତି ପୁରସ୍କାର

ଓଡିଶାର ଦୁଇ ଅଙ୍ଗନବାଡ଼ିକର୍ମୀଙ୍କୁ ରାଷ୍ଟ୍ରପତି ପୁରସ୍କାର
ଓଡିଶାର ଦୁଇ ଅଙ୍ଗନବାଡ଼ିକର୍ମୀଙ୍କୁ ରାଷ୍ଟ୍ରପତି ପୁରସ୍କାର

୨୦୧୧-୧୨ ଜନଗଣନାରେ ନିର୍ଭୁଲ ତଥ୍ୟ ଦେଇଥିବାରୁ ଓଡ଼ିଶାର ଦୁଇଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ରାଷ୍ଟ୍ରପତି ପଦକ ଓ ପ୍ରଶଂସା ପତ୍ର ମିଳିଛି। କଟକ ଜିଲ୍ଲାପାଳ ଏହି ଦୁଇ ଅଙ୍ଗନବାଡ଼ି କର୍ମୀଙ୍କୁ ରାଷ୍ଟ୍ରପତି ପଦକ ଓ ପ୍ରଶଂସାପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ସାଲେପୁର ବ୍ଲକର ମଧ୍ୟକଚ୍ଛ ଅଙ୍ଗନବାଡ଼ି କର୍ମୀ କୁମୁଦିନୀ ଶତପଥୀ ଏବଂ ମୁତାରିଫା(୧)ର ଅଙ୍ଗନବାଡ଼ି କର୍ମୀ ପାର୍ବତୀ ସାହୁ ଏହି ରାଷ୍ଟ୍ରପତି ପଦକ ପାଇଛନ୍ତି। କୋଭିଡ କଟକଣା ଯୋଗୁ ରାଷ୍ଟ୍ରପତି ଭବନରେ ଏହା ପ୍ରଦାନ କରାନଯାଇ କଟକ ଜିଲ୍ଲାପାଳଙ୍କ ଜରିଆରେ ପ୍ରଶଂସାପତ୍ର ଓ ରାଷ୍ଟ୍ରପତି ପଦକ ଦିଆଯିବାକୁ କୁହାଯାଇଥିଲା