କୂଅରୁ ମିଳିଲା ମୃତଦେହ, ଯୁବତୀଙ୍କ ମୃତ୍ୟୁକୁ ନେଇ ୨ ପରିବାର ମଧ୍ୟରେ ଉତେଜନା

କୂଅରୁ ମିଳିଲା ମୃତଦେହ, ଯୁବତୀଙ୍କ ମୃତ୍ୟୁକୁ ନେଇ ୨ ପରିବାର ମଧ୍ୟରେ ଉତେଜନା
କୂଅରୁ ମିଳିଲା ମୃତଦେହ, ଯୁବତୀଙ୍କ ମୃତ୍ୟୁକୁ ନେଇ ୨ ପରିବାର ମଧ୍ୟରେ ଉତେଜନା

ସେମିଲିଗୁଡା ଥାନା ପୀତାଗୁଡା ପଞ୍ଚାୟତର ଚୋରୀମାଳିପୁଟରେ ପଟ୍ଟାଙ୍ଗୀ ଥାନା ଷୋରିସପଦର ଗ୍ରାମର ଜୈନିକ ଯୁବତୀଙ୍କ ମୃତ୍ୟୁକୁ ନେଇ ଉତେଜନା ଦେଖା ଦେଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେମିଲିଗୁଡା ପୁଲିସ ଗ୍ରାମରେ ଉପସ୍ଥିତ ରହି ସ୍ଥିତି ଉପରେ ଦୃଷ୍ଟି ରଖିଛି । ସୂଚନା ଅନୁଯାୟୀ, ଚୋରିମାଳିପୁଟ ଗ୍ରାମର ଉପେନ୍ଦ୍ର ନାୟକ ଓ ଷୋରିସପଦରର ବାସନ୍ତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଦୁଇସପ୍ତାହ ପୂର୍ବରୁ ଉପେନ୍ଦ୍ର ବାସନ୍ତିକୁ ନେଇ ଫେରାର ହୋଇଥିବାବେଳେ କିଛିଦିନ ହେବ ଉଭୟେ ଚୋରିମାଳିପୁଟ ଗ୍ରାମକୁ ଫେରି ଉପେନ୍ଦ୍ରର ଘରେ ରହୁଥିଲେ। ତେବେ ବାସନ୍ତୀକୁ ବୋହୂ କରିବାକୁ ଉପେନ୍ଦ୍ର ବାପା ମାଆଙ୍କ ଇଚ୍ଛା ନଥିବାରୁ ସେମାନେ ବାସନ୍ତିକୁ ଘରେ ରଖିବାକୁ ଚାହୁଁ ନଥିଲେ। ସୋମବାର ଉପେନ୍ଦ୍ରର ପରିବାରଲୋକ ଗ୍ରାମବାସୀଙ୍କ ସହ ଷୋରିସପଦର ଯାଇଥିଲେ । ଯାହା ଟଙ୍କା ଦରକାର ସେମାନେ ଦେବେ କିନ୍ତୁ ଝିଅକୁ ଘରକୁ ଫେରାଇ ନେବାକୁ ବାସନ୍ତୀର ବାପା ଓ ମାମୁ କହିଥିଲେ। ଏଭଳି କଥାକୁ ନେଇ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

କୌଣସି ମିମାଂସା ନହେବାରୁ ଉପେନ୍ଦ୍ର ପରିବାର ଲୋକ ଗାଁକୁ ଫେରି ଆସିଥିଲେ। ଉପେନ୍ଦ୍ରର ପରିବାର ଲୋକଙ୍କ ଏଭଳି ମନୋଭାବ ଦେଖି ସେମାନେ କୌଣସି ପ୍ରକାରେ ତାକୁ ବାପାଘରକୁ ପଠାଇ ଦେବେ ଭାବି ବାସନ୍ତୀ ମଙ୍ଗଳବାର ସକାଳେ ଘର ନିକଟରେ ଥିବା ଏକ କୂଅକୁ ଡେଇ ଆତ୍ମହତ୍ୟା କରିଥିଲେ। ଉପେନ୍ଦ୍ର କିମ୍ବା ପରିବାର ଲୋକେ ବାସନ୍ତୀକୁ ସକାଳୁ ନପାଇ ଖୋଜାଖୋଜି କରିବା ବେଳକୁ ବାସନ୍ତୀର ମୃତଦେହ କୂଅରେ ଭାସୁଥିବା ଦେଖିବାକୁ ମିଳିଥିଲା। ଝିଅର ମୃତ୍ୟୁ ଖବର ପାଇ ବାସନ୍ତୀର ବାପା, ମାଆ ଓ ସମ୍ପର୍କୀୟ ଚୋରିମାଳିପୁଟରେ ପହଞ୍ଚି ବାସନ୍ତିର ମୃତ୍ୟୁ ପାଇଁ ଉପେନ୍ଦ୍ରର ପରିବାର ଲୋକ ଦାୟି ବୋଲି ଅଭିଯୋଗ କରିଥିବାବେଳେ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଉତେଜନା ପ୍ରକାଶ ପାଇଛି। ଚୋରିମାଳିପୁଟରେ ନନ୍ଦପୁର , ସେମିଲିଗୁଡା ଓ ପଟ୍ଟାଙ୍ଗୀ ଥାନା ଅଧିକାରୀ ଉପସ୍ଥିତ ରହିଛନ୍ତି।