କଥା କହିଲେ ଦାଦା, ବର୍ତ୍ତମାନ ବିପଦମୁକ୍ତ: ଡାକ୍ତରୀ ଟିମ

କଥା କହିଲେ ଦାଦା, ବର୍ତ୍ତମାନ ବିପଦମୁକ୍ତ: ଡାକ୍ତରୀ ଟିମ
କଥା କହିଲେ ଦାଦା, ବର୍ତ୍ତମାନ ବିପଦମୁକ୍ତ: ଡାକ୍ତରୀ ଟିମ

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ଗାଙ୍ଗୁଲି ବିପଦ ମୁକ୍ତ ଓ କଥା କହିବା ଆରମ୍ଭ କରିଛନ୍ତି। କିନ୍ତୁ ତାଙ୍କୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରୀ ଟିମ ନିରୀକ୍ଷଣରେ ରଖାଯିବ। ଏନେଇ ଉଡଲାଣ୍ଡସ ହସ୍ପିଟାଲର ଡାକ୍ତର ଆଫତାବ ଖାନ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗାଙ୍ଗୁଲି ପ୍ରତିଦିନ ଭଳି ଗତକାଲି ସକାଳ ସମୟରେ ନିଜର ବେହାଲ ସ୍ଥିତ ବାସଭବନରେ ବ୍ୟାୟାମ କରୁଥିବାବେଳେ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ସେଠାରେ ଡାକ୍ତର ତାଙ୍କୁ ମାଇଲ୍ଡ ଆଟାକ ଆସିଥିବା କହିଥିଲେ। ପରେ ତାଙ୍କର ଏକ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଖବର ପ୍ରସାରିତ ହେବାପରେ ତାଙ୍କର ଅଗଣିତ ପ୍ରଶଂସକଙ୍କ ପକ୍ଷରୁ ଆଶୁ ଆରୋଗ୍ୟ କାମନା କରାଯାଇଥିଲା।