କୋଭିଡ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୪ ମୃତ

କୋଭିଡ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୪ ମୃତ
କୋଭିଡ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୪ ମୃତ

ଗୁଜୁରାଟର ଭରୁଚରେ ଥିବା ଏକ କୋଭିଡ ହସ୍ପିଟାଲରେ  ଅଗ୍ନିକାଣ୍ଡ  ଘଟି ପ୍ରାୟ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି । ଶୁକ୍ରବାର ବିଳମ୍ବିତ ରାତ୍ରରେ ଭରୁଚରେ ଥିବା ପଟେଲ୍ ଓ୍ୱେଲଫେୟାର ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।

ସୂଚନାନୁସାରେ, ଶୁକ୍ରବାର ରାତି ପ୍ରାୟ ୧୨ଟାରେ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା ।ଏନେଇ ଅଗିନଶମ ବିଭାଗକୁ ସୂଚନା ଦିଆାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବାକୁ ପ୍ରୟାସ କରିଥିଲେ ।

ଜିଲ୍ଲାର ଏସ୍‌ପି ରାଜେନ୍ଦ୍ର ସିଂ ଚୁଡାସମା କହିଛନ୍ତି ଯେ, ଆଇସିୟୁ ଓ୍ୱାର୍ଡରେ ସର୍ଟ ସର୍କିଟ ପାଇଁ ନିଆଁ ଲାଗିଯାଇଥିଲା । ତୁରନ୍ତ ଦମକଳ ଗାଡି ସେଠାରେ ପହଁଚି ନିଆଁକୁ ଆୟତ କରିଥିଲେ । ଅନେକ ସଂକ୍ରମିତଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ୧୨ ଜଣ ପ୍ରାଣ ହରାଇଥିଲେ । ଅନ୍ୟ ୨ ଜଣ ଉଦ୍ଧାର ହେବା ପରେ ଜୀବନ ହାରିଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ସଂଖ୍ୟା ଆହୁରି ମଧ୍ୟ ବଢିପାରେ । ଉଦ୍ଧାର କରାଯାଇଥିବା ଅନ୍ୟ ଆକ୍ରାନ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।