କରୋନା କବଳରେ ଶିକ୍ଷାନୁଷ୍ଠାନ, ନର୍ସିଂ କଲେଜରୁ ୯୩ ଆକ୍ରାନ୍ତ ଚିହ୍ନଟ

କରୋନା କବଳରେ ଶିକ୍ଷାନୁଷ୍ଠାନ, ନର୍ସିଂ କଲେଜରୁ ୯୩ ଆକ୍ରାନ୍ତ ଚିହ୍ନଟ
କରୋନା କବଳରେ ଶିକ୍ଷାନୁଷ୍ଠାନ, ନର୍ସିଂ କଲେଜରୁ ୯୩ ଆକ୍ରାନ୍ତ ଚିହ୍ନଟ

ଉତ୍ତରାଖଣ୍ଡର ସରସିଂଧର ଅଞ୍ଚଳରେ ଥିବା ସରକାରୀ ନର୍ସିଂ କଲେଜରୁ ଏକାସାଙ୍ଗରେ ୯୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଲାଗି କଲେଜର ସମସ୍ତ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ମୋଟ ୨୦୦ ଜଣ ଛାତ୍ରଛାତ୍ରୀଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୯୩ ଜଣ ପଜିଟିଭ ବାହାରିଛନ୍ତି।

ଏହି କଲେଜରୁ ମୋଟ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ତନ୍ମଧ୍ୟରୁ ୬୫ ଜଣ ଛାତ୍ରଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଆଉ କିଛି ଛାତ୍ରଙ୍କ ରିପୋର୍ଟ ଆସିନଥିବା ବେଳେ ୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କଲେଜର ହଷ୍ଟେଲଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହାରି ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ୮୧ ଜଣଙ୍କର ମୃତ୍ୟୁ ଘଟିଛି। ସେପଟେ ରାଜ୍ୟରେ ବର୍ତ୍ତମାନ ୩୩ ହଜାର ୩୩୦ ଜଣ ସକ୍ରିୟ ରହିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୧୦୨ ଜଣ ପହଞ୍ଚିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୭ ହଜାର ୪୩୩ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ ଲକ୍ଷ ୮ ହଜାର ୯୧୬ରେ ପହଞ୍ଚିଛି। ଉତ୍ତରାଖଣ୍ଡରେ ସଂକ୍ରମଣ ବଢୁଥିବାରୁ ଏପ୍ରିଲ ୨୩ ତାରିଖଠାରୁ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।