କୃଷକ ଆନ୍ଦୋଳନ ସହ ଜଡିତ ୨୫୦ଟୁଇଟର ହ୍ୟାଣ୍ଡେଲ୍ ସସପେଣ୍ଡ

କୃଷକ ଆନ୍ଦୋଳନ ସହ ଜଡିତ ୨୫୦ଟୁଇଟର ହ୍ୟାଣ୍ଡେଲ୍ ସସପେଣ୍ଡ
କୃଷକ ଆନ୍ଦୋଳନ ସହ ଜଡିତ ୨୫୦ଟୁଇଟର ହ୍ୟାଣ୍ଡେଲ୍ ସସପେଣ୍ଡ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ଏଥିସହ ଜଡିତ ୨୫୦ ଟୁଇଟର ହ୍ୟାଣ୍ଡେଲକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। ଏହି ଆକାଉଣ୍ଟ ଗୁଡ଼ିକରେ ମିଥ୍ୟା ଟୁଇଟ୍ କରାଯାଉଥିବା ଅଭିଯୋଗ ହେବାପରେ କେନ୍ଦ୍ର ସୂଚନା ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସରକାରଙ୍କ ପକ୍ଷରୁ ଏ ନେଇ ନୋଟିସ୍ ଜାରି କରାଯିବା ପରେ ଟୁଇଟର ପକ୍ଷରୁ ଆକାଉଣ୍ଟଗୁଡ଼ିକୁ ସସପେଣ୍ଡ କରିଦିଆଯାଇଛି। ଏ ସମ୍ପର୍କରେ ଅଭିଯୋଗ ମିଳିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଆକାଉଣ୍ଟଗୁଡ଼ିକୁ ସସପେଣ୍ଡ କରିବା ପାଇଁ ସରକାରଙ୍କୁ ଅପିଲ୍ କରିଥିଲେ। ସସପେଣ୍ଡ କରାଯାଇଥିବା ଆକାଉଣ୍ଟଗୁଡ଼ିକ ମଧ୍ୟରେ କୃଷକ ଏକତା ମଞ୍ଚ, ଦି କାରାଭାନ୍, ମାନିକ୍ ଗୋଏଲ୍, ଟ୍ରାକ୍ଟର ଟୁଇଟର ଏବଂ ଜାଟ୍ ଜଙ୍କସନ୍ ଭଳି ଆକାଉଣ୍ଟ ଥିଲା।