ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବ ଖାଁ ଗିରଫ

ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବ ଖାଁ ଗିରଫ
ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବ ଖାଁ ଗିରଫ

ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବକୁ ଗିରଫ କଲା ପୋଲିସ । ୟାକୁବକୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । ଗତକାଲି ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ଆତ୍ମସମର୍ପଣ କରିଥିଲା ୟାକୁବ ଖାଁ ଓରଫ୍ ସିଲ୍ଲୁ । ହାଇଦାର ମାମଲାର ତଦନ୍ତ ନେଇ ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଥିବା ବେଳେ ଟିମ୍ ସମ୍ପୃକ୍ତ ମାମଲାରେ ୟାକୁବକୁ ଗତକାଲି ପଚରାଉଚରା ପରେ ଆଜି ଗିରଫ କରିଛି ।

ଅପରପକ୍ଷରେ SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଉଭାନ ହେବା ଘଟଣାକୁ ତିନି ଦିନ ବିତିଛି । କିନ୍ତୁ ଏବେ ବି ହାତ ଖାଲି କରି ବସିଛି ଓଡିଶା ପୋଲିସ । ସେପଟେ ଫେରାର ଦିନ କ୍ୟାବିନଟରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମହମ୍ମଦ୍ ମୌସିମ ଏକ ଲିଖିତ ଏତଲା ଥାନାରେ ଦାଏର କରିଛନ୍ତି । ଗତ ୧୦ତାରିଖରେ ହାଇଦର ଫେରାର ହେବା ପରେ ସେହି ଦିନ ରାତିରେ ଦିଆଯାଇଥିବା ଏତଲାରେ କର୍ମଚାରୀ ଜଣକ ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି ।

ଏତଲାରେ ଉଲ୍ଲେଖ ରହିଛି, ଫେରାର ଦିନ ହାଇଦରକୁ ଭେଟିବାକୁ ତା’ର ପରିବାର ଓ ସମ୍ପର୍କୀୟ ମାନେ ଆସିଥିଲେ । ଯଥା ପୁଅ, ଭାଇ, ପୁତୁରା,ଶଳା ଓ ସାନ ଜ୍ବାଇଁ ସେଦିନ ଭେଟିବାକୁ ଆସିଥିଲେ । ଠିକ ସେହି ସୟରେ ସଂପର୍କୀୟ ଓ ଅନ୍ୟ ଲୋକମାନେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କନଷ୍ଟେବଳଙ୍କ ଉପରକୁ ଟକ୍ରାନ୍ତ କରି କିଛି ବିଷାକ୍ତ ଜିନିଷ ଉପରକୁ ଫିଙ୍ଗିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ସୁରକ୍ଷାକର୍ମୀ ।