ଚୀନରେ ଆଇସକ୍ରିମରେ କରୋନା ଭୂତାଣୁ

ଚୀନରେ ଆଇସକ୍ରିମରେ କରୋନା ଭୂତାଣୁ
ଚୀନରେ ଆଇସକ୍ରିମରେ କରୋନା ଭୂତାଣୁ

ଚୀନର ଉହାନ କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ବୋଲି ବିଶ୍ୱବ୍ୟାପୀ ଅଭିଯୋଗ ହେଉଥିଲା ବେଳେ ଇତି ମଧ୍ୟରେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ ଉହାନରେ ପହଞ୍ôଚ ଏହାର ଅନୁସନ୍ଧାନ ଚଳାଇଛନ୍ତି। ଏଭଳି ସ୍ଥିତିରେ ଚୀନରେ ଆଉ ଏକ ଅବିଶ୍ୱସନୀୟ ଘଟଣା ନଜରକୁ ଆସିଛିି। ମିଳିଥିବା ରିପୋର୍ଟ ଅନୁଯାୟୀ ତିଆନଜିନ୍ ଡାକିଆଡାଓ ଫୁଡ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଆଇସ୍ କ୍ରିମରୁ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଆଇସକ୍ରିମର ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ତିଆନଜିନ୍ ଡାକିଆଡାଓ କମ୍ପାନୀର ସବୁ ଉତ୍ପାଦର ବ୍ୟବହାର ଉପରେ ରୋକ୍ ଲଗାଯାଇ ଏହି କମ୍ପାନୀକୁ ସିଲ୍ କରାଯାଇଛି। ପୂର୍ବରୁ କମ୍ପାନୀ ଏହାର ଉତ୍ପାଦର ୩ଟି ନମୁନାକୁ ମୁନିସପାଲିଟି କେନ୍ଦ୍ରକୁ କରୋନା ପରୀକ୍ଷା ପାଇଁ ପଠାଇଥିଲା। ପରୀକ୍ଷା ପରେ ୩ଟି ନମୁନା ପଜିଟିଭ୍ ଆସିଥିଲା। ଉଲ୍ଲେଖଯୋଗ୍ୟ ଆଇସକ୍ରିମ୍ ତିଆରି କରିବା ପାଇଁ କମ୍ପାନୀ ବ୍ୟବହାର କରୁଥିବା ସାମଗ୍ରୀ ମଧ୍ୟରୁ ମିଲ୍କ ପାଉଡର ନ୍ୟୁଜିଲାଣ୍ଡରୁ ଆମଦାନୀ ହୋଇଥିଲା ବେଳେ ୟୁକ୍ରେନରୁ ମଧ୍ୟ କେତେକ ସାମଗ୍ରୀ ଆମଦାନୀ ହୋଇଥିଲା। ଏହି ବ୍ୟାଚର ସମସ୍ତ ଆଇସକ୍ରିମ୍ ଅର୍ଥାତ୍ ୨୯ ହଜାର କାର୍ଟୁନ୍ ବିକ୍ରି ନହୋଇ ପଡିରହିଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି।