ଚଳିତ ବର୍ଷ ୫ ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ, ଚଳିତ ବର୍ଷ ୫ ଟି ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ସେହି ୫ ଟି ରାଜ୍ୟ ହେଉଛି ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୂଡୁଚେରୀ ଓ ଆସାମ । କେରଳ ବିଧାନସଭାରେ ୧୪୦ ଆସନ ଥିବା ବେଳେ ପୁଡୁଚେରୀରେ ୩୦, ଆସାମରେ ୧୨୬, ତାମିଲନାଡୁରେ ୨୩୪ ଓ ପଶ୍ଚିମବଙ୍ଗରେ ୨୯୪ ଓ ତାମିଲନାଡୁରେ ୨୩୪ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।
ଏନେଇ ଫେବୃଆରୀ ମାସରେ ନିର୍ବାଚନ କମିଶନଙ୍କ ତରଫରୁ ତାରିଖ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି । ଜାନୁଆରୀ ୧୫ ତାରିଖ ସୁଦ୍ଧା ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ତାରିଖ ଘୋଷଣା କରାଯାଇପାରେ ।
Comments (0)