ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମନ୍ତ୍ରୀ
ଝାରସୁଗୁଡା, ଚାଷୀମାନଙ୍କର ଧାନ ବିକ୍ରିକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଜି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଜିଲ୍ଲାର ଚାଷୀମାନଙ୍କୁ ଧାନ ବିକ୍ରି କରିବା ନେଇ କୌଣସି ସମସ୍ୟା ନରହୁ। ସାଧ୍ୟମତେ ତ୍ୱରିତ ପଦକ୍ଷେପ ନେଇ ସମସ୍ତ ସମସ୍ୟାର ସମାଧାନ କରାଯାଉ। ବିଶେଷ ଭାବରେ ଦଶ ଏକରରୁ ଉଦ୍ଧ୍ୱର୍ ଜମିରେ ଚାଷ କରିଥିବା ଚାଷୀମାନେ ଧାନ ବିକ୍ରିକୁ ନେଇ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୂର କରାଯାଉ। ଏଥିପାଇଁ ଖରିଫ ୨୦୨୦-୨୧ରେ ଦଶ ଏକରରୁ ଉଦ୍ଧ୍ୱର୍ ଜମି ଚାଷ କରିଥିବା ଚାଷୀଙ୍କ ଧାନ ବିକ୍ରି ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳ ବିଭାଗକୁ ପ୍ରଦାନ କରିଥିବା ସଂଶୋଧିତ ରିପୋର୍ଟ ଆଧାରରେ ତ୍ୱରିତ ପଦକ୍ଷେପ ନେଇ ସେମାନଙ୍କ ଧାନ କ୍ରୟ କରାଯାଉ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।
Comments (0)