ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗ୍ରାମ ଜଙ୍ଗଲ ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଗୋଡି ପୋଖରୀ ଗ୍ରାମର ରିଷିକାନ୍ତ ମହାନ୍ତ। ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ। ଆଜି ସକାଳୁ ଘରେ ନିଜ ସ୍ତ୍ରୀ’ଙ୍କ ସହ କଳହ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତ ମଣୀ ମହାନ୍ତି କହିଛନ୍ତି।