ଝରାଫୁଲ ମର୍ଡର ମାମଲାରେ ଅମରେଶ ଗିରଫ, ରାକେଶଙ୍କ ସହି ମିଶି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର

ଝରାଫୁଲ ମର୍ଡର ମାମଲାରେ ଅମରେଶ ଗିରଫ, ରାକେଶଙ୍କ ସହି ମିଶି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର
ଝରାଫୁଲ ମର୍ଡର ମାମଲାରେ ଅମରେଶ ଗିରଫ, ରାକେଶଙ୍କ ସହି ମିଶି ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର

ଭୁବନେଶ୍ୱର: ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ଆଉ ଜଣେ ଗିରଫ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସୁନ୍ଦରପଦାର ଅମରେଶ ରାଉତକୁ ଯାଜପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଯାଜପୁର ଏସପି ରାହୁଲ୍ ପି.ଆର୍ ସୂଚନା ଦେଇଛନ୍ତି । ପୋଲିସ ସୂଚନା ଅନୁସାରେ, ଅମରେଶ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍ । ୨୦୨୧ ଜାନୁଆରୀ ୨୬ରେ ବସ୍ ଯୋଗେ ଭୁବନେଶ୍ୱରରୁ ଘରକୁ ବାହାରିଥିଲେ ଝରାଫୁଲ । ହଠାତ୍ ଦେହ ଭଲ ନଲାଗିବାରୁ ବାଣୀବିହାରରେ ଓହ୍ଲାଇ ପଡ଼ିବା ସହ ପୁରୁଷ ବନ୍ଧୁ ରାକେଶଙ୍କୁ କଲ୍ କରିଥିଲେ । ସେଦିନ ଦୁହେଁ ବୁଲିବା ସହ ହୋଟେଲରେ ରହିଥିଲେ । ସକାଳୁ ଝରାଫୁଲଙ୍କୁ ରାକେଶ ଏକ ସ୍କୁଟିରେ ସାଙ୍ଗଙ୍କ ସହ ମିଶି ଯାଜପୁରର କୁଆଖିଆରେ ଫିଙ୍ଗି ଦେଇଥିଲେ । ରାକେଶ ନିଜେ ଏହି କଥାକୁ ମାନିଛି ।ମାମଲାରେ ପୋଲିସ ଜାନୁଆରୀ ୨୮ ତାରିଖରେ ରାକେଶ ସ୍ୱାଇଁଙ୍କୁ ଗିରଫ କରିଥିଲା । ପରେ ରାକେଶକୁ ରିମାଣ୍ଡରେ ଆଣି ଜେରା କରିଥିଲା ପୋଲିସ । ସେବେଠାରୁ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତ ଫେରାର୍ ଥିଲା । ପ୍ରାୟ ୩ ମାସ ପରେ ଅଭିଯୁକ୍ତ ଅମରେଶକୁ ଗିରଫ କରିଛି ଯାଜପୁର ପୋଲିସ । ଏବେବି ମାମଲାର ତଦନ୍ତ ଜାରି ରହିଛି ।