ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ

ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ
ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର, ସମଗ୍ର ଦେଶରେ ଆସନ୍ତାକାଲିଠୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ରାଜ୍ୟର ମୋଟ ୧୬ଟି କେନ୍ଦ୍ରରେ ଟିକାକରଣ କରାଯିବ। ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାକୁ ନୂଆ ଗାଇଡଲାଇନ ପଠାଯାଇଛି। ଗାଇଡଲାଇନ ଅନୁଯାୟୀ ୧୮ ବର୍ଷରୁ କମ୍ ବୟସ୍କଙ୍କ ସମେତ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ଦିଆଯିବନି। ଅସୁସ୍ଥ କିମ୍ବା ଚିକିତ୍ସାଧୀନଙ୍କୁ ମଧ୍ୟ ଟିକାକରଣ ବାରଣ କରାଯାଇଛି। ଏଥିସହିତ ୧୪ ଦିନ ମଧ୍ୟରେ କିଛି ଟିକା ନେଇଥିଲେ କରୋନା ଟିକା ନେଇହେବ ନାହିଁ। କୋଭିଡ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ପରେ ଟିକା ନେଇପାରିବେ।