ଡାକ୍ତରଙ୍କ ଅବସର ବୟସ ସୀମାରୁ ୬୫ ବର୍ଷ ବୃଦ୍ଧିକୁ ଓମସାର ବିରୋଧ

ଡାକ୍ତରଙ୍କ ଅବସର ବୟସ ସୀମାରୁ ୬୫ ବର୍ଷ ବୃଦ୍ଧିକୁ ଓମସାର ବିରୋଧ
ଡାକ୍ତରଙ୍କ ଅବସର ବୟସ ସୀମାରୁ ୬୫ ବର୍ଷ ବୃଦ୍ଧିକୁ ଓମସାର ବିରୋଧ

ଭୁବନେଶ୍ୱର, ରାଜ୍ୟ ସରକାର ଗତ ଜୁଲାଇ ମାସରେ କରୋନା ସମୟରେ ଡାକ୍ତରଙ୍କ ଅବସର ବୟସ ସୀମାରୁ ୬୨ରୁ ୬୫ ବର୍ଷକୁ ବୃଦ୍ଧି କରିଛନ୍ତି। ଏହାକୁ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ (ଓମସା) ତୀବ୍ର ବିରୋଧ କରିଛି। ଏହି ନିଷ୍ପତ୍ତି ଦ୍ୱାରା ଜନସାଧାରଣ ବା ଡାକ୍ତର କେହି ଉପକୃତ ହେବେ ନାହିଁ। କରୋନା ମହାମାରୀ ପୂର୍ବରୁ ଓମସା ଏହାକୁ ତୀବ୍ର ବିରୋଧ କରିଆସୁଛି। କିନ୍ତୁ କରୋନା ମହାମାରୀ ସମୟରେ ଏହିପରି ଏକତରଫା ନିଷ୍ପତ୍ତିକୁ ଡାକ୍ତରଙ୍କ ଉପରେ ଲଦି ଦିଆଇଛି। ଏହାଦ୍ୱାରା ଡାକ୍ତରମାନେ ହତୋତ୍ସାହିତ ହୋଇଛନ୍ତି। ଓମସା ସରକାରଙ୍କୁ ଅନୁରୋଧ କରିଛି ଯେ ଅବସର ବୟସସୀମା ବୃଦ୍ଧି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ନଚେତ ଓମସା ରାଜ୍ୟବ୍ୟାପୀ ବିରୋଧ କରିବା ସହିତ ସ୍ୱର ଉଠାଇବ ବୋଲି ଓମସା ଓମସା ଚେତାବନୀ ଦେଇଛି।
ଓମସା ରାଜ୍ୟ ସଭାପତି ଡା. ନାରାୟଣ ରାଉତ , ସାଧାରଣ ସମ୍ପାଦକ ଡା. ବିଶ୍ୱଜିତ ସାମଲ ରାଜ୍ୟ କହିଛନ୍ତି ଯେ, ବହୁଦିନ ଧରି କେନ୍ଦ୍ରୀୟ ହାରରେ ସମୟାନୁବର୍ତ୍ତିତା ତଥା ନିଶ୍ଚିତ ପଦୋନ୍ନତି ବ୍ୟବସ୍ଥା(ଡିଏସିପି) କରାଯାଉ। କାରଣ ବର୍ତ୍ତମାନ ରାଜ୍ୟ ସରକାର ୭,୧୪ ଓ ୨୧ ବର୍ଷରେ ତିନୋଟି ପଦୋନ୍ନତି ବ୍ୟବସ୍ଥା କରିଛନ୍ତି। ଯାହାଦ୍ୱାରା ଡାକ୍ତରମାନେ ଉପକୃତ ହୋଉନାହାନ୍ତି। ଅନେକ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟ ବିହାର କେନ୍ଦ୍ରୀୟ ହାରରେ ୪, ୯, ୧୩, ୨୦ ବର୍ଷରେ ଗ୍ରେଡ୍ ପେ ଦଶଜହାର ଟଙ୍କା ଦିଆଯାଉଛି। ଅତି ଦୁଃଖର କଥା ଦନ୍ତ ଚିକିତ୍ସକମାନେ ଓଏମଏଏସ୍ କ୍ୟାଡର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ସେମାନଙ୍କ କ୍ୟାଡର ରିଷ୍ଟ୍ରକଚରିଂ ହୋଇନାହିଁ। ଡିଏସିପି ପ୍ରଦାନ କରାଯାଉ ନାହିଁ କିମ୍ବା ପିଜି ଇନସେଟିଭ୍ ଦିଆଯାଉନାହିଁ। ଯେଉଁ ଠିକା ଡାକ୍ତରଙ୍କ ଓପିଏସସି ପରୀକ୍ଷାରେ ସବୟସୀମା ଟପି ଗଲାଣି, ତାଙ୍କୁ ସ୍ଥାୟୀ କରାଯାଉ। କାରଣ ସେମାନେ ସମସ୍ତ ଅନ୍ୟ ଡାକ୍ତରଙ୍କ ଭଳି ସମାନ ସେବା ପ୍ରଦାନ କରିଆସୁଛନ୍ତି।