ଦେଓମାଳିରେ ୧୪୪ ଧାରା ଜାରି

ଦେଓମାଳିରେ ୧୪୪ ଧାରା ଜାରି
ଦେଓମାଳିରେ ୧୪୪ ଧାରା ଜାରି

କୋରାପୁଟ ଜିଲ୍ଲା ଦେଓମାଳି ପର୍ବତରେ କିଛି ପର୍ଯ୍ୟଟକ ଅନୁମତି ନ ନେଇ ରାତ୍ରୀଯାପନ କରୁଥିବାରୁ ରାତି ୮ରୁ ସକାଳ ୬ ଯାଏଁ ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯାଇଛି। ପଟ୍ଟାଙ୍ଗୀ ଥାନା ଅଧିକାରୀଙ୍କ ଆବେଦନକ୍ରମେ କୋରାପୁଟ ଉପ-ଜିଲ୍ଲାପାଳ ୧୪୪ ଧାରା ଲାଗୁ କରିଥିବା ଜଣାପଡିଛିି। ଏହା ଫେବୃଆରୀ ୧ରୁ ୨୮ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୬ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡିଛି। ଏହି ସମୟ ମଧ୍ୟରେ ଦେଓମାଳି ପର୍ବତ ଉପରକୁ କେହି ଯାଇ ପାରିବେ ନାହିଁ। ଏହାକୁ ଅମାନ୍ୟ କଲେ ଆଇନ ଅନୁଯାୟୀ ଦଣ୍ଡନୀୟ ହେବେ ବୋଲି ପୁଲିସ ତରଫରୁ କୁହାଯାଇଛି।