ଦିଦିଙ୍କ ଗଡ଼ରେ ଶାହଙ୍କ ହୁଙ୍କାର : ନିର୍ବାଚନ ଆସୁ ଆସୁ ଦୀଦୀ ଏକା ହୋଇଯିବେ

ଦିଦିଙ୍କ ଗଡ଼ରେ ଶାହଙ୍କ ହୁଙ୍କାର : ନିର୍ବାଚନ ଆସୁ ଆସୁ ଦୀଦୀ ଏକା ହୋଇଯିବେ
ଦିଦିଙ୍କ ଗଡ଼ରେ ଶାହଙ୍କ ହୁଙ୍କାର : ନିର୍ବାଚନ ଆସୁ ଆସୁ ଦୀଦୀ ଏକା ହୋଇଯିବେ

କୋଲକାତା, କେନ୍ଦ୍ର ଗୃହମନ୍ତ୍ରୀ ୨ଦିନିଆ ଗସ୍ତରେ ପଶ୍ଚିିମବଙ୍ଗ ପହଞ୍ଚିବା ପରେ ତୃଣମୂଳ କଂଗ୍ରେସ କ୍ୟାମ୍ପରେ ଏକପ୍ରକାର ଧାଁଦୌଡ଼ ଦେଖିବାକୁ ମିଳିଛି। ଏହି ଅବସରରେ ପଶ୍ଚିମବଙ୍ଗର ମେଦିନୀପୁରରେ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରି ମମତା ବାନାର୍ଜୀଙ୍କ ଉପରେ ଶାହ ବର୍ଷିଛନ୍ତି।

ଶାହ କହିଛନ୍ତି ଯେ, ମମତା ବାନାର୍ଜୀ ଭାଇ-ଭଣଜାବାଦକୁ ପ୍ରଶୟ ଦେଇଛନ୍ତି। ମମତା ଦୀଦୀ ମା-ମାଟି-ମାନୁଷର ପରିଭାଷାକୁ ବଦଳାଇ ଦେଇଛନ୍ତି। ଆଜି ଯେପରି ବଡ଼ ବଡ଼ ନେତା ବିଜେପିରେ ସାମିଲ ହୋଇଛନ୍ତି ନିର୍ବାଚନ ସରୁ ସରୁ ଦୀଦୀ ଏକାକି ରହିଯିବେ। କେବଳ ଏତିକି ନୁହେଁ ୨୦୦ ସିଟ୍ ସହ ପଶ୍ଚିମଙ୍ଗରେ ବିଜେପି ସରକାର ଗଢ଼ିବ ବୋଲି ଶାହ ଦାବି କରିଛନ୍ତି। ସୁନାର ବେଙ୍ଗଲ ଗଢ଼ିବା ପାଇଁ କେବଳ ବିଜେପି ସମର୍ଥ ଯାହାକି ମମତାଙ୍କ ଦୁର୍ନୀତପୂର୍ଣ୍ଣ ଶାସନ ପରେ ସମ୍ଭବ ହେବ। ଏଥିସହିତ ବିଜେପିକୁ ୫ ବର୍ଷ ସମୟ ଦେବାପାଇଁ ପଶ୍ଚିମବଙ୍ଗବାସୀଙ୍କୁ ଅନୁରୋଧ କରିଛନ୍ତି।