ଦୈନିକ କରୋନା ମୃତ୍ୟୁ ସଂଖ୍ୟା ୧୦୦ ତଳକୁ ଖସିଲା

ଦୈନିକ କରୋନା ମୃତ୍ୟୁ ସଂଖ୍ୟା ୧୦୦ ତଳକୁ ଖସିଲା
ଦୈନିକ କରୋନା ମୃତ୍ୟୁ ସଂଖ୍ୟା ୧୦୦ ତଳକୁ ଖସିଲା

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଦେଶରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ୧୦୦ ତଳକୁ ଖସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୬୩୫ଜଣ ଆକ୍ରାନ୍ତ ହୋଇଛନ୍ତି। ଗତବର୍ଷ ମେ ୧୪ ତାରିଖ ପରେ ପ୍ରଥମଥର ପାଇଁ ମୃତ୍ୟୁ ସଂଖ୍ୟା ୧୦୦ ତଳକୁ ଖସିଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୬୬ ହଜାର ୨୪୫ ରହିଥିବା ବେଳେ ଆକ୍ଟିଭ ସଂଖ୍ୟା ୧୬୮,୨୩୫ ରହିଛି। ସେହିପରି ୧,୦୪,୪୮,୪୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।