ଦୁର୍ଘଟଣାରେ ମା’-ପୁଅଙ୍କ ମୃତ୍ୟୁ

ଦୁର୍ଘଟଣାରେ ମା’-ପୁଅଙ୍କ ମୃତ୍ୟୁ
ଦୁର୍ଘଟଣାରେ ମା’-ପୁଅଙ୍କ ମୃତ୍ୟୁ

ଢେଙ୍କାନାଳ,ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗେଙ୍ଗୁଟିଆ କେନାଲ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ବସୁଲେଇ ଅଞ୍ଚଳର ମା’-ପୁଅଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ବସୁଲେଇ ଗ୍ରାମର କଳାବତୀ ନାଏକ ଓ ତାଙ୍କ ପୁଅ କୁନା ଏକ ମୋଟର ସାଇକେଲରେ ଘରକୁ ଫେରୁଥିବା ବେଳେ ଦ୍ରୁତଗତିରେ ପଛପଟୁ ଆସୁଥିବା ଏକ ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ମା’ କଳାବତୀ ରାସ୍ତା ପାଶ୍ୱର୍ କେନାଲ ଭିତରକୁ ଖସିପଡ଼ିଥିବା ବେଳେ ପୁଅ କୁନା କିଛି ଦୂରରେ ଛିଟିକି ପଡ଼ିଥିଲେ। ଉଭୟ ମା’-ପୁଅଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ ଉଭୟଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ଘଟଇବା ପରେ ବୋଲେରୋଟି ଫେରାର ହୋଇଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।