ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୮ ନୂଆ ଅତିଥି

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୮ ନୂଆ ଅତିଥି
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୮ ନୂଆ ଅତିଥି

ଭୁବନେଶ୍ୱର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜାତୀୟ ପ୍ରାଣୀ ଉଦ୍ୟାନ କେନ୍ଦ୍ର ନନ୍ଦନକାନନକୁ ୮ ଜଣ ନୂଆ ଅତିଥି ଆସିଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନୂଆ ରୂପ ଦିଆଯାଉଥିବାବେଳେ ଅଦଳବଦଳ ପ୍ରକ୍ରିୟାରେ କମଳାନେହରୁ ପ୍ରାଣୀ ସଂଗ୍ରହାଳୟରୁ ୨ଟି ଏସିଆଟିକ୍ ସିଂହୀ, ୩ଟି ଘଡ଼ିଆଳ କୁମ୍ଭୀର, ୨ଟି ଧୂସର ଗଧିଆ ଓ ଗୋଟିଏ କୋକିଶିଆଳୀ ଅଣାଯାଇଛି।

ଏଥିସହିତ ନନ୍ଦନକାନନରେ ରଙ୍ଗବେରଙ୍ଗର ଫୁଲ ଓ ଲ୍ୟାଣ୍ଡ ସ୍କେପିଂ ଦର୍ଶକଙ୍କୁ ଆକୃଷ୍ଟ କରିବା ସହ ଆଇ ଲଭ୍ ନନ୍ଦନକାନନ ଷ୍ଟାଣ୍ଡ ଲୋକଙ୍କୁ ସେଲଫି ଜୋନ୍ ହୋଇଛି।

ସେହିପରି କାଞ୍ଜିଆ ହ୍ରଦର ନବୀକରଣ କାମ ଚାଲିଛି। ନୂଆକରି ଏଠାରେ ଜଳଫୁଆରା ଲଗାଯିବା ସହ ଏହାକୁ ଅଧିକ ପର୍ଯ୍ୟଟକ ଫ୍ରେଣ୍ଡଲି କରିବା ପାଇଁ ପ୍ରୟାସ କରାଯାଇଛି। ନୂଆକରି ନନ୍ଦନକାନନ ବାହାରେ ଏକ ପାର୍କିଂ କାମ ଓ ଭିତରେ ରେସ୍ତୋରାଁ କାମ ଚାଲିଥିବା ଜଣାପଡିଛି।