ନିର୍ବାଚନ କମିସନ ପକ୍ଷରୁ ନୂଆ କୋଭିଡ କଟକଣା ଜାରି

ନିର୍ବାଚନ କମିସନ ପକ୍ଷରୁ ନୂଆ କୋଭିଡ କଟକଣା ଜାରି
ନିର୍ବାଚନ କମିସନ ପକ୍ଷରୁ ନୂଆ କୋଭିଡ କଟକଣା ଜାରି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସହ ବିଭିନ୍ନ ଉପନିର୍ବାଚନର ପ୍ରଚାର ବେଳେ କୋଭିଡ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଙ୍ଘନକୁ ନେଇ କ୍ଷୁବ୍ଧ ପ୍ରକାଶ କରିଛନ୍ତି କେନ୍ଦ୍ର ନିର୍ବାଚନ କମିସନ। ଜାରି ହୋଇଥିବା ନିୟମକୁ ରାଜନୈତିକ ଦଳମାନେ ପ୍ରଚାର ବେଳେ ମାନୁନଥିବାରୁ ବଧ୍ୟ ହୋଇ କମିସନ ପକ୍ଷରୁ ନୂଆ ପ୍ରଚାର କଟକଣା ଜାରି କରାଯାଇଛି। ପ୍ରଚାର ସମୟରେ ରୋଡ୍ ଶୋ’, ସାଇକେଲ ଓ ବାଇକ୍ ରାଲିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏମିତିକି ଏସବୁ ପାଇଁ ପୂର୍ବରୁ ଅନୁମତି ମିଳିଥିଲେ ବି ତାହା ପ୍ରତ୍ୟାହାର ହେବ।

ରାଜନୈତିକ ଦଳ ଏହି ନିୟମର ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୫ ଶହ ଲୋକରେ ସାଧାରଣ ସଭାକୁ ଅନୁମତି ଦିଆଯାଇଛି। ଏହି ସଭାରେ ଯଥା ସମ୍ଭବ ସାମାଜିକ ଦୂରତା ପାଳନ ସହ କୋଭିଡ ପ୍ରୋଟୋକଲ ମାନିବା ପାଇଁ ନିଶ୍ଚିତ ପଦକ୍ଷେପ ନିଆଯାଇନଥିଲେ ସଭାକୁ ଅନୁମତି ମିଳିବ ନାହିଁ। ସେହିପରି ପ୍ରାର୍ଥୀ, ରାଜନୈତିକ ନେତା ଓ ସମର୍ଥକମାନେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ପଶ୍ଚିମବଙ୍ଗରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ବାକି ଥିବାବେଳ କେତେକ ସ୍ଥାନରେ ଉପନିର୍ବାଚନ ମଧ୍ୟ ହେବ।