ପଟ୍ଟଚିତ୍ର ଲାଗି ରାଉରକେଲା ଝିଅ ଭାଗ୍ୟଶ୍ରୀଙ୍କୁ ମୋଦୀଙ୍କ ପ୍ରଶଂସା

ପଟ୍ଟଚିତ୍ର ଲାଗି ରାଉରକେଲା ଝିଅ ଭାଗ୍ୟଶ୍ରୀଙ୍କୁ ମୋଦୀଙ୍କ ପ୍ରଶଂସା
ପଟ୍ଟଚିତ୍ର ଲାଗି ରାଉରକେଲା ଝିଅ ଭାଗ୍ୟଶ୍ରୀଙ୍କୁ ମୋଦୀଙ୍କ ପ୍ରଶଂସା

ଭୁବନେଶ୍ୱର : ପଟ୍ଟଚିତ୍ର ପାଇଁ ପୁରୀ ଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ରାଉରକେଲା ଝିଅ ଭାଗ୍ୟଶ୍ରୀ ସାହୁ ଏହି କଳା ଲାଗି ଆନ୍ତର୍ଜାତୀୟ କ୍ଷେତ୍ରରେ ପରିଚିତ ହୋଇପାରିିଛନ୍ତି। ଆଉ ଭାଗ୍ୟଶ୍ରୀଙ୍କ ଏହି କଳାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି। ରାଉରକେଲାର ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ଗତ କିଛିଦିନ ମଧ୍ୟରେ ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ର କଳା ଶିଖି ଏଥିରେ ନିପୁଣତା ହାସଲ କରିଛନ୍ତି। ଲକଡାଉନ ସମୟରେ ସେ ଅନେକ ପଟ୍ଟଚିତ୍ର ଆଙ୍କି ସେସବୁକୁ ନିଜ ସାଙ୍ଗମାନଙ୍କୁ ଉପହାର ଦେଇଛନ୍ତି। ନେତାଜୀ ଜୟନ୍ତୀରେ ସେ ଏକ ଛୋଟିଆ ପଥର ଖଣ୍ଡରେ ଯେଉଁଭଳି ଭାବେ ସୁଭାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ । ଏବେ ସେ ଏହି କଳା ଉପରେ ୱାର୍କସପ୍ ମଧ୍ୟ କରୁଛନ୍ତି ବୋଲି ମୋଦୀ କହିଛନ୍ତି। ଏତଦବ୍ୟତୀତ ସେ ଫ୍ୟୁଜ୍ ବଲ୍, କୋଲଡ୍ରିଙ୍କସ ବୋତଲ ଓ ଭଙ୍ଗା କପ୍ ଆଦିରେ ପଟ୍ଟଚିତ୍ର କରିବାରେ ଖୁବ୍ ପାରଙ୍ଗମ।