ପ୍ରବାସୀଙ୍କୁ ନେବାକୁ ଆସିଥିବା କେରଳ ବସ‌କୁ ଅଟକ ରଖିଲେ ଗ୍ରାମବାସୀ

ପ୍ରବାସୀଙ୍କୁ ନେବାକୁ ଆସିଥିବା କେରଳ ବସ‌କୁ ଅଟକ ରଖିଲେ ଗ୍ରାମବାସୀ
ପ୍ରବାସୀଙ୍କୁ ନେବାକୁ ଆସିଥିବା କେରଳ ବସ‌କୁ ଅଟକ ରଖିଲେ ଗ୍ରାମବାସୀ

ବାଲେଶ୍ୱରରେ ପ୍ରବାସୀଙ୍କୁ ନେବାକୁ ଆସିଥିବା କେରଳ ବସକୁ ଅଟକ ରଖି ପୁଲିସରେ ଜିମା ଦେଲେ ଗ୍ରାମବାସୀ। ନିୟମ ଉଲ୍ଲଙ୍ଘନ କରି ବାହାର ରାଜ୍ୟରୁ ଆସିଥିବା ବସକୁ ଜବତ କଲା ଖଇରା ପୁଲିସ। ୪ ଜଣଙ୍କୁ ଅଟକ ରଖିଛି ପୁଲିସ।

କେରଳ ରାଜ୍ୟର କୟମ୍ବଟୁର ୟୁରଡ଼ ଅଞ୍ଚଳରୁ ଏକ ଘରୋଇ ବସ ପ୍ରବାସୀ ଶ୍ରମିକଙ୍କୁ ନେବାପାଇଁ ବାଲେଶ୍ଵର ଜିଲ୍ଲା ଖଇରା ଥାନା ହରିପୁର ଗ୍ରାମକୁ ଆସିଥିଲା। ସ୍ଥାନୀୟ ଗ୍ରାମବାସୀମାନେ ବସକୁ ଅଟକାଇ ଖଇରା ଥାନାକୁ ଖବର ଦେଇଥିଲେ। ଖବରପାଇ ଖଇରା ପୁଲିସ ଘଟଣାସ୍ଥଳେ ପହଞ୍ଚି ବସ ସମେତ ଡ୍ରାଇଭର, ହେଲ୍ପର ଏବଂ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛନ୍ତି।