ପୁଲିସ ଗାଡ଼ିକୁ ଜାଳିଦେଲେ ଲୋକେ

ପୁଲିସ ଗାଡ଼ିକୁ ଜାଳିଦେଲେ ଲୋକେ

ଯାଜପୁର: ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷକୁ ରୋକିବାକୁ ଯାଇ ପୁଲିସ ଆକ୍ରୋଶର ଶିକାର ହୋଇଛି। ବାଲିଚନ୍ଦ୍ରପୁର ପଣସୁଧା ଗାଁରେ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଖବର ପାଇ ପୁଲିସ ଗାଁକୁ ଯାଇ ଘଟଣାରେ ହସ୍ତକ୍ଷେପ କରିଥିଲା।

ଏଥିରେ ପୁଲିସକୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଏପରିକି ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ଜାଳି ଦେଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ନେଇ ପହଞ୍ଚିଛନ୍ତି ଏସଡିପିଓ।