ପୁଲିସ୍ ଛାଉଣିରେ ସରିଲା ପରିବେଶ ସମ୍ବନ୍ଧୀୟ ଜନଶୁଣାଣି

ପୁଲିସ୍ ଛାଉଣିରେ ସରିଲା ପରିବେଶ ସମ୍ବନ୍ଧୀୟ ଜନଶୁଣାଣି

 ୧୯୯୮ରୁ ବିଶାଲ୍‌କୋ କାରଖାନା ନିର୍ମାଣ ନେଇ ଯେଉଁ ଛକାପଞ୍ଚା ଲାଗିରହିଥିଲା, ଆଜି ସେଥିରେ ଏକପ୍ରକାର ଯବନିକା ପଡ଼ିଛି କାଶୀପୁର ବ୍ଳକ କଂସାରିଗୁଡ଼ାରେ ୩ ମିଲିୟନ ଟନ୍‌ ଆଲୁମିନା କାରଖାନା ନିର୍ମାଣକୁ ଲୋକେ ସ୍ବାଗତ କରିଛନ୍ତି । ତୁରନ୍ତ ନିର୍ମାଣ କାମ ଆରମ୍ଭ କରିବା ଲାଗି ଦାବି କରିଛନ୍ତି। ଯାହାକି ଶିଳ୍ପ ପ୍ରତିଷ୍ଠା ପ୍ରତି ଏକ ସକାରାତ୍ମକ ସଙ୍କେତ ବୋଲି କୁହାଯାଉଛି ଅସୁବିଧା ହେବ ନାହିଁ । ତା ପୂର୍ବରୁ ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଗମନାଗମନକୁ ଗୁରୁତ୍ବ ଦିଆଯିବା ଦରକାର ।

ଚୁକ୍ତିହେଲେ ତୁରନ୍ତ ନିର୍ମାଣ କାମ ଆରମ୍ଭ ହେବ। ସ୍ଥାନୀୟ ଲୋକଙ୍କ ସମସ୍ତ ଦାବି ପୂରଣ ସହ ନିଯୁକ୍ତି ମଧ୍ୟ ମିଳିବ ବୋଲି ସେ ଘୋଷଣା କରିଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର କହିଥିଲେ ଯେ, କେନ୍ଦ୍ର ପରିବେଶ ବିଭାଗର ୨୦୦୬ ଘୋଷଣ ଅନୁଯାୟୀ ଆଜି ଏହି ଜନଶୁଣାଣି କରାଯାଇଛି । ୮ଟି ଲିଖୁତ ଅଭିଯୋଗ ହସ୍ତଗତ ହୋଇଛି।

ଏହି ଅବସରରେ କାଡ଼ାପଦର ଗ୍ରାମବାସୀ ସେମାନଙ୍କୁ ବିସ୍ଥାପିତ କରିବା ଲାଗି ଦାବି କରିଥିଲେ। ପ୍ରକଳ୍ପର ଅତି ନିକଟରେ ଏହି ଗାଁ ଥିବା ସତ୍ତ୍ୱେ ସେମାନଙ୍କୁ ବିସ୍ଥାପିତ କରାଯାଇନି। ସ୍ଥାନୀୟ ଲୋକଙ୍କୁ ସାଙ୍ଗରେ ନେଇ କାରଖାନା ନିର୍ମାଣ କରାଗଲେ କୌଣସି ପ୍ରକାର ବିରୋଧ ହେବନାହିଁ ବୋଲି ସମସ୍ତେ ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ କାଶୀପୁର ବ୍ଲକର ଶକ୍ଷିତ ବେକାରଙ୍କୁ ଚିହ୍ନଟ କରି ଆଗାମୀ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ତାଲିମ ଦେଇ ପ୍ରସ୍ତାବିତ କାରଖାନାରେ ନିଯୁକ୍ତି ଦେବା ନିମନ୍ତେ ବି ସ୍ଵର ଉଠିଥିଲା।

ପ୍ରକାଶଥାଉକି, କଂସାରିଗୁଡ଼ାରେ କାରଖାନା ସମେତ ୧୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପ୍ଲା ପ୍ରତିଷ୍ଠା କରାଯିବ। ଏଥିପାଇଁ ହିଣ୍ଡାଲକୋ ପକ୍ଷରୁ ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨୦୦୫ରେ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହ ଏମଓୟୁ କରାଯାଇଥିଲା। ୨୦୧୭ରେ ସରକାର ଏମଓୟୁ ଅବଧି ବଢ଼ାଇଥିଲେ। ୨୦୨୦ ଜାନୁୟାରୀ ୯ରେ ହାଇଲେବୁଲ କ୍ଲିୟରାନ୍ସ ବୈଠକରେ ବାର୍ଷିକ ୨ ମିଲିୟନ ଟନ ଆଲୁମିନା ରିଫାଇନାରି ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦିଆଯାଇଥିଲା । । ଏହାକୁ ଆଖିରେ ରଖି ଆଜି ଜନଶୁଣାଣି କରାଯାଇଥିଲା । ଆଇନଶୃଙ୍ଖଳାକୁ ଆଖିରେ ରଖି କାଶୀପୁର ବ୍ଲକ ପୁଲିସ ଛାଉଣିରେ ପରିଣତ ହୋଇଥିଲା। ଖୋଦ୍ ଏସପି ବିବେକାନନ୍ଦ ଶର୍ମା ଜନଶୁଣାଣି ସ୍ଥଳରେ ଉପସ୍ଥିତ ଥିଲେ ।

ଆଜି ହିଣ୍ଡାଲ୍‌କୋ ପକ୍ଷରୁ ଏହି କାରଖାନା ନିର୍ମାଣ ପାଇଁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ହୋଇଥିଲା। ପୋଡ଼ାପାଡ଼ି ଗାଁ ହାଇସ୍କୁଲରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ଜନଶୁଣାଣିରେ କାରଖାନା ଦ୍ଵାରା କ୍ଷତିଗ୍ରସ୍ତ ଓ ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ସାମିଲ କରାଯାଇଥିଲା। ସେମାନେ କାରଖାନା ନିର୍ମାଣକୁ ଜଗତ କରିବା ସହ ଯଥାଶୀଘ୍ର କାମ ଆରମ୍ଭ କରିବା ଲାଗି ଦାବି କରିଥିଲେ । ଆଜି ପ୍ରଦୂଷଣକୁ ନେଇ ଯେଉଁ ଜନଶୁଣାଣି କରାଯାଉଛି, ସେଥିରେ ସେମାନଙ୍କ ପାଇଁ ସବୁଠାରୁ ବଡ଼ ପ୍ରଦୂଷଣ ହେଉଛି ବେରୋଜଗାରୀ। ତେଣୁ ସ୍ଥାନୀୟ ଲୋକଙ୍କୁ ନେଇ କାରଖାନା ସ୍ଥାପନ କରାଗଲେ, କୌଣସି

ଲୋକଙ୍କ ଅଭିଯୋଗ ଓ ପ୍ରସ୍ତାବ ଶୁଣିବା ପରେ ହିଣ୍ଡାଲକୋ କାରଖାନା ଉପଦେଷ୍ଟା ତଥା ପ୍ରକଳ୍ପ ଅଧିକାରୀ ସୂର୍ଯ୍ୟକାନ୍ତ ମିଶ୍ର କହିଥିଲେ, ଶାନ୍ତି ବଜାୟ ରହିଲେ ପ୍ରକଳ୍ପ ଶୀଘ୍ର ହେବ । କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କରିଥିବାରୁ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହୋଇଥିଲା। କୋଡ଼ିଙ୍ଗାମାଳି ପାହାଡ଼ରୁ କଞ୍ଚାମାଲ ପ୍ରଦାନ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ପ୍ରସ୍ତାବ ଗୃହୀତ ହୋଇ