ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ଜାରି, କୋଭିଡ ନିୟମ ଅନୁପାଳନ କରିବାକୁ ମୋଦୀଙ୍କ ଅପିଲ

ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ଜାରି, କୋଭିଡ ନିୟମ ଅନୁପାଳନ କରିବାକୁ ମୋଦୀଙ୍କ ଅପିଲ
ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ଜାରି, କୋଭିଡ ନିୟମ ଅନୁପାଳନ କରିବାକୁ ମୋଦୀଙ୍କ ଅପିଲ

ଆଜି ପଶ୍ଚିମବଙ୍ଗରେ ୭ମ ପର୍ଯ୍ୟାୟ ମତଦାନ ଜାରି ରହିଛି। ପ୍ରାୟ ୫ଟି ଜିଲ୍ଲାର ୩୪ଟି ଆସନ ପାଇଁ ଚାଲିଛି ମତଦାନ। ୩୪ ଆସନରେ ୨୬୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର। କଡ଼ା ସୁରକ୍ଷା ମଧ୍ୟରେ କରାଯାଉଛି ଭୋଟିଂ। ମତଦାନ ବେଳେ କୋଭିଡ ନିୟମ ଅନୁପାଳନ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ।

ପଶ୍ଚିମବଙ୍ଗର ମାଳଦା, କୋଲକାତା ଦକ୍ଷିଣ, ମୁର୍ଶିଦାବାଦ, ପଶ୍ଚିମ ବର୍ଦ୍ଧମାନ, ଦକ୍ଷିଣ ଦିନାଜପୁରର ଜିଲ୍ଲାରେ ସପ୍ତମ ପର୍ଯ୍ୟାୟ ଭୋଟିଂ ହେଉଛି। ଏହି ପର୍ଯ୍ୟାୟରେ ୨୨୯ ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି। ଅପରପକ୍ଷେ ପଶ୍ଚିମବଙ୍ଗ ଦଖଲ ପାଇଁ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ହେଉଥିବା ଦେଖିବାକୁ ମିଳିଛି। ତେବେ ଆଜି ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଆସନ୍ତା ୨୯ ତାରିଖରେ ହେବ ୮ମ ପର୍ଯ୍ୟାୟ ତଥା ଶେଷ ଭୋଟିଂ। ମେ ୨ ତାରିଖରେ ଆସିବ ପଶ୍ଚିମବଙ୍ଗ ନିର୍ବାଚନୀ ଫଳାଫଳ।