ବଦଳିଲେ ନୟାଗଡ଼ ଏସପି

ବଦଳିଲେ ନୟାଗଡ଼ ଏସପି
ବଦଳିଲେ ନୟାଗଡ଼ ଏସପି

ନୟାଗଡ଼,ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତକୁ ନେଇ ବିବାଦୀୟ ହୋଇଥିବା ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ତାଙ୍କୁ ଏଆଇଜି ହେଡକ୍ୱାର୍ଟସରେ ଅବସ୍ଥାପିତ କରାଯାଇଛି।

ଚଳିତବର୍ଷ ଫେବୃୟାରୀ ୨୫ ତାରିଖରେ ଆଇପିଏସ୍ ପ୍ରତ୍ୟୁଷ ନୟାଗଡ଼ ଏସପି ଭାବେ ଯୋଗ ଦେଇଥିଲେ। ପରେ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ନେଇ ବିରୋଧୀ ଦଳ ତାଙ୍କୁ ବଦଳି କରିବା ପାଇଁ ଅଡ଼ି ବସିଥିଲେ। ଏପରିକି ଏସପି ପରୀଙ୍କ ପରିବାର ଲୋକଙ୍କୁ ସହାୟତା କରୁନଥିବା ଅଭିଯୋଗ ହୋଇଥିଲା। ଶେଷରେ ନୟାଗଡ଼ ଏସପିଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି।