ବିର୍ଜୁ କୁଲୁ ପୁଣି ନିଖୋଜ; ଥାନାରେ ଏତଲା

ବିର୍ଜୁ କୁଲୁ ପୁଣି ନିଖୋଜ;  ଥାନାରେ ଏତଲା
ବିର୍ଜୁ କୁଲୁ ପୁଣି ନିଖୋଜ;  ଥାନାରେ ଏତଲା

ଝାରସୁଗୁଡା, ଦୀର୍ଘ ୨୦ ବର୍ଷ ପାକିସ୍ତାନର ଲାହୋର ଜେଲରେ କାଟିବା ପରେ ଗତ ନଭେମ୍ବର ୧୩ ତାରିଖରେ ଘରକୁ ଫେରିଥିବା ବିର୍ଜୁ କୁଲୁ ପୁଣି ନିଖୋଜ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ ସେ ଘରୁ କେଉଁଆଡେ ଚାଲିଯାଇଥିବା ତାଙ୍କ ଭଉଣୀ ଆଜି କୁତ୍ରା ଥାନାରେ ଏତଲା ଦେଇଛନ୍ତି।

ସୂଚନା ଅନୁସାରେ ପାକିସ୍ତାନ ଜେଲରୁ ଗତ ବର୍ଷ ଅକ୍ଟୋବର ୨୬ ତାରିଖରେ ମୁକୁଳିଥିଲେ ବିର୍ଜୁ କୁଲୁ। ବିର୍ଜୁଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅର୍ନ୍ତଗତ ଜଙ୍ଗରପଡା ଗାଁ’ରେ। ତେବେ ସେ ପୁଣି ପାକିସ୍ତାନ ଫେରିଯାଇଥିବା ଭଉଣୀ ପକ୍ଷରୁ ଏତଲାରେ ଦର୍ଶାଯାଇଛି। ଏହି ଘଟଣାକୁ ପୁଲିସ ଗୁରୁତର ଭାବେ ନେଇ ଖୋଜାଖୋଜି ଆରମ୍ଭ କରିଛି।