ବ୍ୟାଙ୍କ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍

ବ୍ୟାଙ୍କ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍
ବ୍ୟାଙ୍କ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍

ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା କାଙ୍କି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ବନ୍ଧନ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଚାରିଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଗିଦିଘାଟୀ ଓ ଝରାଡିହି ଅଞ୍ଚଳ ବିଭିନ୍ନ ଗ୍ରାମରୁ ଋଣ ଗ୍ରୁହିତାଙ୍କ ଠାରୁ ସାପ୍ତାହିକ କିସ୍ତି ଆଦାୟ କରି ଫେରୁଥିବା ବେଳେ ବହଳଦା ଝରାଡିହି ମୁଖ୍ୟ ରାସ୍ତାର କାଙ୍କି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦିନ ପ୍ରାୟ ୨’ଟା ରେ ଚାରିଜଣ ଦୁର୍ବୃତ୍ତ ଦୁଇଟି ବିଇକ୍ ରେ ଆସି ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଆତର୍କିତ ଆକ୍ରମଣ କରି ଏକ ଲକ୍ଷ ୭୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇ ଯାଇଥିଲେ। ବହଳଦା ପୁଲିସ୍ ଖବରପାଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲେ। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ବହଳଦା ପୁଲିସ୍ ଲୁଟେରାଙ୍କୁ ଧରିପାରିନାହିଁ।