ଭାର୍ଗବୀ ନଦୀବନ୍ଧ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଡିରହିଛି ଚପଲ ଓ ସ୍କୁଟି

ଭାର୍ଗବୀ ନଦୀବନ୍ଧ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଡିରହିଛି ଚପଲ ଓ ସ୍କୁଟି
ଭାର୍ଗବୀ ନଦୀବନ୍ଧ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପଡିରହିଛି ଚପଲ ଓ ସ୍କୁଟି

ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଉତ୍ତରା ପୂର୍ତ୍ତି ବିଭାଗ ଡାକବଙ୍ଗଳା ଭାର୍ଗବୀ ନଦୀବନ୍ଧ ପାଖରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ସ୍ଥାନୀୟ ଲୋକ ମୃତଦେହକୁ ଦେଖି ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ମୃତକଙ୍କ ପରିଚୟ ମଧ୍ୟ ମିଳିପାରିନି। କିନ୍ତୁ ବୟସ ୩୦ ରୁ ୩୫ ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି। ମୃତଦେହ ନିକଟରେ ସ୍କୁଟି ଓ ଚପଲ ପଡ଼ିଥିବାର ନଜର ଆସିଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଛି। ତେବେ ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।