ଭାରତରେ କୋଭିଡ୍ ଟିକା ଅନୁମୋଦନକୁ ‘ହୁ’ର ସ୍ୱାଗତ

ଭାରତରେ କୋଭିଡ୍ ଟିକା ଅନୁମୋଦନକୁ ‘ହୁ’ର ସ୍ୱାଗତ
ଭାରତରେ କୋଭିଡ୍ ଟିକା ଅନୁମୋଦନକୁ ‘ହୁ’ର ସ୍ୱାଗତ

ନୂଆଦିଲ୍ଲୀ, ଭାରତରେ କୋଭିଡ୍ ଟିକା ଅନୁମୋଦନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ସ୍ୱାଗତ କରିଛି। ଏହାର ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍ କ୍ଷେତ୍ରପାଲ ସିଂ କହିଛନ୍ତି, ଭାରତର ଏଭଳି ନିଷ୍ପତ୍ତି ଏହି ଅଞ୍ଚଳରେ କୋଭିଡ୍ ମହାମାରୀ ବିରୋଧରେ ଲଢେଇକୁ ଆହୁରି ତୀବ୍ର ଓ ସଶକ୍ତ କରିବାରେ ସହାୟକ ହେବ। ସେ ଆହୁରି କହିଛନ୍ତି, ଏହି ପ୍ରତିଷେଧକ ଟିକା ମହାମାରୀ ରୋକିବାରେ ବିଶେଷ ସହାୟକ ହେବ। ଏଥିପୂର୍ବରୁ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣଳୟ ପକ୍ଷରୁ କୁହାଯାଇଥିଲା ଯେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର ସବ୍ଜେକ୍ଟ ଏକ୍ସପର୍ଟ କମିଟି (ଏସଇସି)ର ବୈଠକ ଗତ ଜାନୁଆରୀ ୧ ଓ ୨ରେ ବସି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭିଡ୍ ଟିକାର ସୀମିତ ଜରୁରୀ ବ୍ୟବହାର ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଥିଲା।