ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍, ୪ ଆହତ

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍, ୪ ଆହତ
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍, ୪ ଆହତ

ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ୪ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଆଜି ଭୋର୍‌ ପ୍ରାୟ ୫ଟାରେ ‘ମୁନ୍‌ ଲାଇଟ୍‌’ ନାମକ ଏକ ଯାତ୍ରୀବାହୀ ବସ୍‌ ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିଲା। ଖୁଣ୍ଟବନ୍ଧ ନିକଟରେ ବସଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବା ପରେ ଓଲଟି ପଡ଼ିଥିଲା। ବସରେ ପ୍ରାୟ ୫୦ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି। ଖବର ପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଯାତ୍ରୀ ମାନଙ୍କୁ ଆଉ ଏକ ବସ୍‌ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି।