ମକରରେ ଲଜ୍ୟା, ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଗିରଫ
Sashi
Jan 15, 2021
98
0
ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଜନୈକା ଯୁବତୀ ଆଜି ଦୁଷ୍କର୍ମର ଶିକାର ହୋଇଛନ୍ତି। ଦୁଇ ଜଣ ଯୁବକ ତାଙ୍କୁ ବଳ ପୂର୍ବକ ଟେକି ନେଇ ନଦୀପଠାରେ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ବଡ଼ ଭଉଣୀ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଏତଲାକ୍ରମେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛି। ଉଭୟଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।
ବାରିପଦା ପୌରପରିଷଦ ଗୋଟିଏ ଦମ୍ପତି ତାମିଲନାଡ଼ୁରେ କାମ କରୁଥିବା ବେଳେ ଘରେ ତାଙ୍କର ଦୁଇ ଝିଅ ରହୁଛନ୍ତି। ଆଜି ପ୍ରାତଃ ପ୍ରାୟ ୩ଟା ସମୟରେ ସାନ ଝିଅ ମକର ପର୍ବ ପାଇଁ ଗାଧୋଇବାକୁ ନଦୀକୁ ଯାଉଥିଲେ। ଏହି ସମୟରେ କାଳିକାପୁର ଅଞ୍ଚଳର ସନୁ ସିଂ(୨୫) ଓ ସେହି ସାହିର ୧୭ ବର୍ଷ ବୟସର ନାବାଳକ ଯୁବତୀଙ୍କୁ ବଳପୂର୍ବକ ନିକଟସ୍ଥ ନଦୀ ପାଶ୍ୱର୍ ପଡ଼ିଆକୁ ଟେକି ନେଇଥିଲେ। ସେଠାରେ ସେମାନେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ପରେ ଯୁବତୀ ଜଣକ ସେଠାରୁ ଆସି ବଡ଼ ଭଉଣୀଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ। ଏନେଇ ବଡ଼ ଭଉଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
Comments (0)