ମଣିପୁରରେ ମୃଦୁ ଭୂକମ୍ପ

ମଣିପୁରରେ ମୃଦୁ ଭୂକମ୍ପ
ମଣିପୁରରେ ମୃଦୁ ଭୂକମ୍ପ

ନୂଆଦିଲ୍ଲୀ, ମଣିପୁରରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ଚୁରାଚାନ୍ଦପୁର ଠାରେ ରବିବାର-ସୋମବାର ରାତି ୨ଟା ୬ ମିନିଟ ୫୪ ସେକେଣ୍ଡରେ ଏହି ମୃଦୁ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ଥିଲା।

ମଣିପୁରରେ ଆଜି ରାତିରେ ହୋଇଥିବା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି। ତେବେ ବିଗତ ୧୨ ଘଣ୍ଟା ମଧ୍ୟରେ ଏହା ହେଉଛି ଦେଶରେ ୨ୟ ଭୂମିକମ୍ପ। ଏହା ପୂର୍ବରୁ ମହାରାଷ୍ଟ୍ରର ନାଶିକ ଓ ପାଲଘରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ମପାଯାଇଥିଲା। ନିକଟରେ ଇଣ୍ଡୋନେସିଆରେ ହୋଇଥିବା ଭୂକମ୍ପରେ ୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ହଜାର ଲୋକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲେ।