ରେକର୍ଡ଼ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୪୮୫୧ ଆକ୍ରାନ୍ତ ଚିହ୍ନଟ, ୫ ମୃତ

ରେକର୍ଡ଼ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୪୮୫୧ ଆକ୍ରାନ୍ତ ଚିହ୍ନଟ, ୫ ମୃତ
ରେକର୍ଡ଼ ଭାଙ୍ଗିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୪୮୫୧ ଆକ୍ରାନ୍ତ ଚିହ୍ନଟ, ୫ ମୃତ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହିତ ଦୈନନ୍ଦିନ ରେକର୍ଡ ସୃଷ୍ଟି କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪୮୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୮୨ ହଜାର ୩୧୫ରେ ପହଞ୍ଚିଛି। ଏଥିସହିତ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟାରେ ୫ ଜଣଙ୍କର ମୃତ୍ୟୁ ଘଟିଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୧୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ର‌ରେ ରହିଥିବା ବେଳେ ୨୦୩୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ଜିଲ୍ଲାରୁ ସର୍ବାଧିକ ୭୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୫୧୬ ଜଣ, ନୂଆପଡ଼ାରୁ ୪୮୬ ଜଣ, ବରଗଡ଼ରୁ ୩୧୮ ଜଣ, କଟକରୁ ୩୦୪ ଜଣ, ଝାରସୁଗୁଡ଼ାରୁ ୨୯୦ ଜଣ, ବଲାଙ୍ଗିରରୁ ୨୨୭ ଜଣ, ପୁରୀରୁ ୨୨୩ ଜଣ, ନବରଙ୍ଗପୁରରୁ ୧୯୪ ଜଣ, ସମ୍ବଲପୁରରୁ ୧୭୧ ଜଣ, କେନ୍ଦୁଝରରୁ ୧୬୬ ଜଣ, ଗଞ୍ଜାମରୁ ୧୫୧ ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୪୫ ଜଣ, ଅନୁଗୁଳରୁ ୧୧୧ ଜଣ, ରାୟଗଡ଼ାରୁ ୮୫ ଜଣ, କଳାହାଣ୍ଡିରୁ ୭୯ ଜଣ, ମୟୂରଭଞ୍ଜରୁ ୭୮ ଜଣ, ଭଦ୍ରକରୁ ୭୩ ଜଣ, ନୟାଗଡ଼ରୁ ୬୬ ଜଣ, ଯାଜପୁରରୁ ୬୪ ଜଣ, କୋରାପୁଟରୁ ୬୨ ଜଣ, କେନ୍ଦ୍ରାପଡ଼ାରୁ ୫୮ ଜଣ, ବାଲେଶ୍ୱରରୁ ୫୨ ଜଣ, ଜଗତସିଂହପୁରରୁ ୩୯ ଜଣ, ଗଜପତିରୁ ୩୫ ଜଣ, ଦେବଗଡ଼ରୁ ୩୫ ଜଣ, ଢେଙ୍କାନାଳରୁ ୩୧ ଜଣ, ମାଲକାନଗିରିରୁ ୩୧ ଜଣ, କନ୍ଧମାଳରୁ ୨୭ ଜଣ, ବୌଦ୍ଧରୁ ୨୨ ଜଣ ଓ ସୋନପୁରରୁ ୯ ଜଣ ରହିଛନ୍ତି।

ଅନ୍ୟପଟେ ରାଜ୍ୟରେ ମୃତ୍ୟୁ ହୋଇଥିବା କୋଭିଡ ଆକ୍ରାନ୍ତଙ୍କ ମଧ୍ୟରେ ନୂଆପଡ଼ାରୁ ୨ ଜଣ ଏବଂ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଏଥିସହିତ ରାଜ୍ୟରେ ୩ ଲକ୍ଷ ୪୯ ହଜାର ୩୭୭ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦୯୨୭ ରହିଛି। ଅନ୍ୟପଟେ କରୋନା ମୃତ୍ୟୁ ସଂଖ୍ୟା ୧୯୫୮କୁ ବୃଦ୍ଧି ପାଇଛି।