ରାଜ୍ୟରେ ଆଉ ୧୭ କରୋନା ରୋଗୀ ମୃତ

ରାଜ୍ୟରେ ଆଉ ୧୭ କରୋନା ରୋଗୀ ମୃତ
ରାଜ୍ୟରେ ଆଉ ୧୭ କରୋନା ରୋଗୀ ମୃତ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୧୯୭ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ମୃତ୍ୟୁ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା, ରାୟଗଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ପୁରୀରୁ ୨ ଜଣ ଏବଂ ଅନୁଗୁଳ, ବଲାଙ୍ଗିର ଓ ଢ଼େଙ୍କାନାଳରୁ ଜଣେ ଲେଖାଏଁ ରହିଛନ୍ତି।