ରାଜ୍ୟରେ ୨୪ ଘଣ୍ଟାରେ ଆଉ ୩୭୨ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୩୭୨ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ୨୪ ଘଣ୍ଟାରେ ଆଉ ୩୭୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମିଛି। ଗତ କିଛିଦିନ ହେବ ଦୈନିକ କରୋନା ସଂକ୍ରମଣ ୪ ଶହ ଭିତରେ ରହୁଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୧୪ ଜଣ ସଂଗରୋଧ କେନ୍ଦ୍ରର ଓ ୧୫୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ହାର ୩ ଲକ୍ଷ ୨୬ ହଜାର ୨୩୩ରେ ପହଞ୍ଚିଛି। ସେଥିରୁ ୩ ହଜାର ୩୫ ଜଣ ଚିକିତ୍ସାଧୀନ ରହିଛନ୍ତି ଓ ୩ ଲକ୍ଷ ୨୧ ହଜାର ୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।