ରେଭେନ୍ସା କ୍ୟାମ୍ପସ୍‌ରେ ପ୍ରବେଶ କରିପାରିବେନି ବାହାର ଲୋକ, ପରୀକ୍ଷା ସ୍ଥଗିତ

ରେଭେନ୍ସା କ୍ୟାମ୍ପସ୍‌ରେ ପ୍ରବେଶ କରିପାରିବେନି ବାହାର ଲୋକ, ପରୀକ୍ଷା ସ୍ଥଗିତ
ରେଭେନ୍ସା କ୍ୟାମ୍ପସ୍‌ରେ ପ୍ରବେଶ କରିପାରିବେନି ବାହାର ଲୋକ, ପରୀକ୍ଷା ସ୍ଥଗିତ

କଟକ: କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୨ ଜଣ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ବାହାର ଲୋକ ରେଭେନ୍ସା କ୍ୟାମ୍ପସ୍‌ ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ବାକି ଥିବା ଦୁଇଟି ପରୀକ୍ଷାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି।

କରୋନା ପଜିଟିଭ ଚିହ୍ନଟ ହୋଇଥିବା ବିଦ୍ୟାର୍ଥୀ ଜଣଙ୍କ ହଷ୍ଟେଲ‌ରେ ରହୁଥିଲେ ବୋଲି ଜଣାପଡ଼ିଛି। ଫଳରେ ସମସ୍ତ ହଷ୍ଟେଲ୍‌ ଗୁଡ଼ିକୁ ସାନିଟାଇଜ କରାଯାଇଛି। ଏହାସହ ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କୁ ଆଇସୋଲେସନ‌ରେ ରଖାଯାଇଛି। ଆସନ୍ତା ୧୪ ଦିନ ପାଇଁ ରେଭେନ୍ସାରେ ଅଫ‌ଲାଇନ୍‌ ପାଠପଢା ବନ୍ଦ ରହିବ ବୋଲି ରେଭେନ୍ସା କୁଳପତି ଦାୟିତ୍ୱରେ ଥିବା ଅପରାଜିତା ଚୌଧୁରୀ ସ୍ପଷ୍ଟ କରିଛନ୍ତି। କିନ୍ତୁ ଅନ‌ଲାଇନ‌ରେ ଯେଉଁଭଳି ଭାବରେ ପାଠପଢ଼ା ଚାଲୁଥିଲା ତାହା ଚାଲିବ ବୋଲି ସେ କହିଛନ୍ତି।