ରାସ୍ତାକଡ଼ରେ ପାର୍କ କରିଥିବା ୨୨ ଗାଡ଼ିରୁ ୪ ଲକ୍ଷ ୪୦ ହଜାର ଟଙ୍କାର ଫାଇନ

ରାସ୍ତାକଡ଼ରେ ପାର୍କ କରିଥିବା ୨୨ ଗାଡ଼ିରୁ ୪ ଲକ୍ଷ ୪୦ ହଜାର ଟଙ୍କାର ଫାଇନ
ରାସ୍ତାକଡ଼ରେ ପାର୍କ କରିଥିବା ୨୨ ଗାଡ଼ିରୁ ୪ ଲକ୍ଷ ୪୦ ହଜାର ଟଙ୍କାର ଫାଇନ

ରାସ୍ତାକଡ଼ରେ ବେଆଇନ ଭାବରେ ପାର୍କ ହୋଇଥିବା ଗାଡ଼ିଠାରୁ କେବଳ ହଜାରେ କି ଦୁଇ ହଜାର ନୁହେଁ ଏଣିକି ୨୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଉଛି। ଦୁର୍ଘଟଣା ଓ ରାସ୍ତା ଜାମକୁ ରୋକିବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ଓ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ମୋଟା ଅଙ୍କର ଫାଇନ ଏବେ ଜିଲ୍ଲା ପୁଲିସ ଓ ପରିବହନ ବିଭାଗ ଆଦାୟ କରୁଛି। ଏହି ପରିପ୍ରେକ୍ଷୀରେ ବଡ଼ମାଲ ପୁଲିସ ଓ ପରିବହନ ବିଭାଗ ଆଜି ବଡ଼ମାଲ ଆଖପାଖ ଅଞ୍ଚଳରେ ଯାଞ୍ଚ କରି ରାସ୍ତାକଡ଼ରେ ବେଆଇନ ଭାବରେ ପାର୍କ ହୋଇଥିବା ୨୨ଟି ଭାରୀଯାନରୁ ୨୦ ହଜାର ଲେଖାଏଁ ମୋଟ ୪ ଲକ୍ଷ ୪୦ ହଜାର ଟଙ୍କାର ଚାଲାଣ କାଟିଛି।