ଶୀତ ଦିନେ ଏହି ୪ଟି ଉପାୟରେ କେଶର ଯତ୍ନ ନିଅନ୍ତୁ, କରନ୍ତୁ ନାହିଁ ଏଭଳି ଭୁଲ୍

ଶୀତ ଦିନେ ଏହି ୪ଟି ଉପାୟରେ କେଶର ଯତ୍ନ ନିଅନ୍ତୁ, କରନ୍ତୁ ନାହିଁ ଏଭଳି ଭୁଲ୍
ଶୀତ ଦିନେ ଏହି ୪ଟି ଉପାୟରେ କେଶର ଯତ୍ନ ନିଅନ୍ତୁ, କରନ୍ତୁ ନାହିଁ ଏଭଳି ଭୁଲ୍

ଶୀତ ଦିନେ ତ୍ବଚା ଶୁଖିବା ଏକ ସାଧାରଣ କଥା । ଏମିତିରେ ଲୋକମାନେ ଏହି ଦିନେ ସେମାନଙ୍କର ତ୍ବଚାର ବିଶେଷ ଯତ୍ନ ନିଅନ୍ତି । ଶୀତଦିନେ ଶୁଖିଲା ପବନ ତ୍ବଚାକୁ ଶୁଖାଇ ଦେଇଥାଏ । ଯଦି ଆମେ ଏହାର ଯତ୍ନ ନନେବା ତାହା ଶୁଖି ଫାଟିବା ଆରମ୍ଭ କରେ । ଅଧିକାଂଶ ଲୋକ ଶୀତଦିନେ ତ୍ବଚାର ଯତ୍ନ ନିଅନ୍ତି କିନ୍ତୁ କେଶ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଶୀତଦିନେ ତ୍ବଚା ବ୍ୟତୀତ କେଶ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଶୀତ ଦିନେ ତ୍ବଚା ସହ କେଶର ଆର୍ଦ୍ରତା କମ୍ ହୋଇଯାଇଥାଏ । ଏହି କାରଣରୁ କେଶ ଶୁଷ୍କ ହେବା ସହ ସ୍କାଲପ ମଧ୍ୟ ଶୁଖିଯାଇଥାଏ ।
ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା କିଛି ଟିପ୍ସ ବିଷୟରେ ଯାହାଦ୍ବାରା ଶୀତଦିନେ ଆପଣ ନିଜ କେଶର ବିଶେଷ ଯତ୍ନ ନେଇପାରିବେ…
ଅଲିଭ୍ ତେଲ ବ୍ୟବହାର କରନ୍ତୁ-
ଶୀତଦିନେ ଅଲିଭ୍ ତେଲ ବ୍ୟବହାର କଲେ କେଶ ସୁସ୍ଥ ରହିଥାଏ । ଦୁଇ ଚାମଚ ଅଲିଭ୍ ତେଲ ଗରମ କରି କେଶ ମୂଳକୁ ମାଲିସ୍ କରନ୍ତୁ । ଏହା କେଶ ମୂଳକୁ ଆର୍ଦ୍ର ରଖିବ । ଏହାଦ୍ବାରା ଆପଣଙ୍କ କେଶ କମ୍ ଉପୁଡିବ ।
ଲେମ୍ବୁ ଏବଂ ନଡିଆ ତେଲ-
ରୁପି ସମସ୍ୟାରୁ ରକ୍ଷା ପାଇବା ପାଇଁ ରାତିରେ ଲେମ୍ବୁ ରସ ଏବଂ ନଡିଆ ତେଲ ମିଶାଇ ମାଲିସ୍ କରନ୍ତୁ । ଏହାକୁ ରାତିସାରା ଛାଡିଦିଅନ୍ତୁ । ସକାଳେ ଶିକାକାଇ ସାମ୍ପୁ ବ୍ୟବହାର କରି ମୁଣ୍ଡ ଧୋଇ ଦିଅନ୍ତୁ । ରୁପିରୁ ମୁକ୍ତି ମିଳିବ ।
କେଶକୁ ବାନ୍ଧି ବାହାରକୁ ବାହାରନ୍ତୁ-
ଶୀତଦିନେ ଯେତେ ସମ୍ଭବ ଓଦା କେଶରେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ସବୁବେଳେ କେଶକୁ ସଂପୂର୍ଣ୍ଣ ଶୁଖାନ୍ତୁ ଏବଂ ଘରୁ ବାହାରକୁ ଯାଆନ୍ତୁ । ଏହା କରିବା ଦ୍ବାରା ଆପଣ କେବଳ ଥଣ୍ଡା ଠାରୁ ରକ୍ଷା ପାଇବେ ନାହିଁ ବରଂ ଆପଣଙ୍କ କେଶ ମଧ୍ୟ ଶୁଷ୍କ ଏବଂ ଦୁର୍ବଳ ହେବ ନାହିଁ ।
ହେୟାର ଡ୍ରାୟର ବ୍ୟବହାର କମ୍ କରନ୍ତୁ-
ଶୀତଦିନେ କେଶ ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର କମ୍ କରନ୍ତୁ ନାହିଁ । କେଶକୁ ପ୍ରାକୃତିକ ଉପାୟରେ ଶୁଖାନ୍ତୁ । ଅତିଜରୁରୀ ସମୟରେ ଯଦି ଆପଣଙ୍କୁ ହେୟାର ଡ୍ରାୟର ବ୍ୟବହାର କରିବାକୁ ପଡିବ ତେବେ କେଶକୁ ଅଧିକ ଶୁଖାନ୍ତୁ ନାହିଁ ନଚେତ୍ କେଶ ନଷ୍ଟ ହୋଇପାରେ । ଏହା ସହ କେଶ ଜଟା ହେବାକୁ ଲାଗିଥାଏ ।