ସେଣ୍ଟ୍ରାଲ ଭିସ୍ଟା ପ୍ରକଳ୍ପକୁ ସୁପ୍ରିମକୋର୍ଟର ମଞ୍ଜୁରି

ସେଣ୍ଟ୍ରାଲ ଭିସ୍ଟା ପ୍ରକଳ୍ପକୁ ସୁପ୍ରିମକୋର୍ଟର ମଞ୍ଜୁରି
ସେଣ୍ଟ୍ରାଲ ଭିସ୍ଟା ପ୍ରକଳ୍ପକୁ ସୁପ୍ରିମକୋର୍ଟର ମଞ୍ଜୁରି

ନୂତନ ସଂସଦ ଭବନ ତଥା ସେଣ୍ଟ୍ରାଲ ଭିସ୍ଟା ପ୍ରକଳ୍ପ କାମ ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ୩ ଜଣିଆ ଖଣ୍ଡପୀଠରେ ୨ ବାନମ ୧ରେ ପ୍ରକଳ୍ପକୁ ମଞ୍ଜୁରି ମିଳିଛି।

ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୟରେ ସେଠାରେ ପରିବେଶ ପ୍ରଦୂଷଣକୁ ଦୃଷ୍ଟି ଦେବାକୁ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରକଳ୍ପକୁ ଖଣ୍ଡପୀଠର ୨ ବିଚାରପତି ଏଏମ୍ ଖାନୱିଲକର ଓ ଦିନେଶ ମହେଶ୍ୱରୀ ମଞ୍ଜୁରି ଦେଇଥିବା ବେଳେ ବିଚାରପତି ସଞ୍ଜିବ ଖନ୍ନା ସହମତି ଦେଇନଥିଲେ। ସେହିପରି ଏହି ପ୍ରୋଜେକ୍ଟରେ ହେରିଟେଜ ସଂରକ୍ଷଣ କମିଟିର ଅନୁମତି ପ୍ରାରମ୍ଭିକ ପର୍ଯ୍ୟାୟରେ ନୁହେଁ ବରଂ ପ୍ରକୃତ କାର୍ଯ୍ୟ ଆରମ୍ଭ ହେଲେ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି।

ଗତବର୍ଷ ନଭେମ୍ବର ୫ ତାରିଖରେ ରାଜିଭ ସୁରୀ ଓ ଅନୁଜ ଶ୍ରୀବାସ୍ତବ ସମେତ ଅନେକ ଏହି ପ୍ରକଳ୍ପକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ଭାରତର ଐତିହାସିକ କୋଠାକୁ ନଷ୍ଟ କରାଯାଉଥିବା ଅଭିଯୋଗ ହୋଇଥିଲା। ପରେ ଏହି ମାମଲା ସୁପ୍ରିମକୋର୍ଟରେ ଚାଲୁ ରହିଥିବା ବେଳେ ଡିସେମ୍ବର ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।