ସନି ଦେଓଲଙ୍କୁ ‘ୱାଇ’ ଶ୍ରେଣୀ ସୁରକ୍ଷା

ସନି ଦେଓଲଙ୍କୁ ‘ୱାଇ’ ଶ୍ରେଣୀ ସୁରକ୍ଷା
ସନି ଦେଓଲଙ୍କୁ ‘ୱାଇ’ ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ, ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନି ଦେଓଲଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ‘ୱାଇ’ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯାଇଛି। ଏବେ ତାଙ୍କ ସହ କେନ୍ଦ୍ର ସୁରକ୍ଷାବଳର ଏକ ଟିମ୍ ସର୍ବଦା ଉପସ୍ଥିତ ରହିବ। ସନିଙ୍କ ଜୀବନ ପ୍ରତି ଥିବା ବିପଦକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ସୁରକ୍ଷା ଦିଆଯାଇଛି। ୱାଇ ଶ୍ରେଣୀ ସୁରକ୍ଷା ଅନ୍ତର୍ଗତ ୧୧ ଯବାନ ଓ ୨ ପିଏସଓ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, ସନିଙ୍କ ସୁରକ୍ଷା ଏମିତି ସମୟରେ ବଢ଼ାଯାଇଛି ଯେଉଁ ସମୟରେ ପଞ୍ଜାବ କୃଷକ ବିଜେପିର କୃଷି ଆଇନ ବିରୋଧରେ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ସୀମାରେ ମଧ୍ୟ କୃଷକ ପ୍ରଦର୍ଶନ କରୁଛନ୍ତି ଯେଉଁଥିରେ ପଞ୍ଜାବ କୃଷକଙ୍କ ସଂଖ୍ୟା ଅଧିକ ରହିଛି। ନିକଟରେ କୃଷକ ସଂଗଠନ ବିଜେପି ସାଂସଦ ସନିଙ୍କୁ ଘେରିିବେ ବୋଲି ମଧ୍ୟ କହିଥିଲେ।