ସବୁ ରେକର୍ଡ ଭାଙ୍ଗିଲା କରୋନା, ଆଜି ୧୯ ମୃତ

ସବୁ ରେକର୍ଡ ଭାଙ୍ଗିଲା କରୋନା, ଆଜି ୧୯ ମୃତ
ସବୁ ରେକର୍ଡ ଭାଙ୍ଗିଲା କରୋନା, ଆଜି ୧୯ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମଣ ମାମଲା ସର୍ବାକାଳୀନ ରେକର୍ଡ ଭାଙ୍ଗିଥିବା ବେଳେ ଦୈନିକ ମୃତ୍ୟୁ ମଧ୍ୟ ବଢ଼ିଛି । ଗତକାଲି ୧୨ ହଜାର ୨୩୮ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୯ ଜଣଙ୍କ ମୃତ୍ୟୁ ହୋଇଛି ।ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ ଅତିକ୍ରମ ରହିଛି । ଏଯାବତ୍ ୪ ଲକ୍ଷ ୨୩ ହଜାର ୨୫୭ ଜଣ ସଂକ୍ରମିତ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ରାଜ୍ୟରେ ୮୬ ହଜାର ୯୫୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୧୯ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୨୧୪୦କୁ ବୃଦ୍ଧି ପାଇଛି ।