ସୀମା ଓ ଯବାନଙ୍କ ସୁରକ୍ଷା ପ୍ରସଙ୍ଗରେ କହିବାର ସୁଯୋଗ ମିଳିଲାନି; ପ୍ରତିରକ୍ଷା କମିଟି ବୈଠକରୁ ଉଠିଆସିଲେ ରାହୁଲ

ସୀମା ଓ ଯବାନଙ୍କ ସୁରକ୍ଷା ପ୍ରସଙ୍ଗରେ କହିବାର ସୁଯୋଗ ମିଳିଲାନି; ପ୍ରତିରକ୍ଷା କମିଟି ବୈଠକରୁ ଉଠିଆସିଲେ ରାହୁଲ
ସୀମା ଓ ଯବାନଙ୍କ ସୁରକ୍ଷା ପ୍ରସଙ୍ଗରେ କହିବାର ସୁଯୋଗ ମିଳିଲାନି; ପ୍ରତିରକ୍ଷା କମିଟି ବୈଠକରୁ ଉଠିଆସିଲେ ରାହୁଲ

ପ୍ରତିରକ୍ଷା ସଂକ୍ରାନ୍ତ ସଂସଦୀୟ କମିଟି ବୈଠକ ଅଧାରୁ ଏହାକୁ ବର୍ଜନ କରିଛନ୍ତି କଂଗ୍ରେସ ନେତା ତଥା କମିଟି ସଦସ୍ୟ ରାହୁଲ ଗାନ୍ଧୀ। ବୁଧବାର କମିଟି ଅଧ୍ୟକ୍ଷ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତାଙ୍କୁ ଚୀନ ସହିତ ସୀମା ବିବାଦ ଓ ଲଦାଖରେ ଯବାନଙ୍କୁ ଅତ୍ୟାଧୁନିକ ସାଜ ସରଞ୍ଜାମ ଯୋଗାଣ ପ୍ରସଙ୍ଗ ଉତ୍ଥାପନ କରିବା ପାଇଁ ସୁଯୋଗ ଦିଆ ନ ଯିବାରୁ ସେ ବୈଠକ ଛାଡ଼ି ଆସିଥିବା ଜଣାଯାଇଛି। ବୈଠକ ବର୍ଜନ ପରେ ରାହୁଲ ଗଣମାଧ୍ୟମକୁ କହିଛନ୍ତି ଯେ, ଏଠାରେ ଜାତୀୟ ସୁରକ୍ଷା ପ୍ରସଙ୍ଗ ଆଲୋଚନା ପରିବର୍ତ୍ତେ ସୈନ୍ୟବାହିନୀର ପୋଷାକ ଉପରେ ଆଲୋଚନା କରାଯାଉଛି। ଏହା ଦ୍ବାରା ଅଯଥା ସମୟ ଅପଚୟ ହେଉଛି। ଯେଉଁ ବୈଠକରେ ସୀମାରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଯବାନଙ୍କ ସୁରକ୍ଷା ତଥା ସୀମା ସୁରକ୍ଷା ବିଷୟ ଆଲୋଚନାର ସୁଯୋଗ ମିଳୁ ନାହିଁ, ସେଠାରେ ଉପସ୍ଥିତ ରହିବା ଅନାବଶ୍ୟକ।