ହେଲମେଟ ନପିନ୍ଧି ତଣ୍ଡ ଗଣିଲେ ରାଜ୍ୟସଭା ସାଂସଦ ଭାସ୍କର ରାଓ

ହେଲମେଟ ନପିନ୍ଧି ତଣ୍ଡ ଗଣିଲେ ରାଜ୍ୟସଭା ସାଂସଦ ଭାସ୍କର ରାଓ
ହେଲମେଟ ନପିନ୍ଧି ତଣ୍ଡ ଗଣିଲେ ରାଜ୍ୟସଭା ସାଂସଦ ଭାସ୍କର ରାଓ

ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଆଜି ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଣ୍ଡିତ ହୋଇଛନ୍ତି ରାଜ୍ୟ ସଭା ସାଂସଦ ଏନ . ଭାସ୍କର ରାଓ । ଭାସ୍କର ରାଓ ନିଜ ସହୋଯୋଗୀଙ୍କ ସହିତ ନିଜେ ଏକ ସ୍କୁଟି ଚଳାଇ ବିରାଟ ମୋଟରସାଇକେଲ ରାଲିରେ ସହର ପରିକ୍ରମା କରିଥିଲେ।

ଏହି ସମୟରେ ସେ ହେଲମେଟ ପିନ୍ଧି ନଥିବା ନେଇ କଂଗ୍ରେସର ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ପରିବହନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ପୁଲିସ ଡିଜିଙ୍କୁ ଟୁଇଟ୍ କରିଥିଲେ । ଏନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ତେବେ ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ରାଲିରେ ସେ ହେଲମେଟ ନପିନ୍ଧି ଭୁଲ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର କରିବା ୫୦୦ ଟଙ୍କା ତଣ୍ଡ ଗଣିଥିଲେ।