୧୧୭୮ ପାକିସ୍ତାନ-ଖାଲିସ୍ତାନୀ ଆକାଉଣ୍ଟ ହଟାଇବାକୁ ଟୁଇଟରକୁ କହିଲେ ସରକାର

୧୧୭୮ ପାକିସ୍ତାନ-ଖାଲିସ୍ତାନୀ ଆକାଉଣ୍ଟ ହଟାଇବାକୁ ଟୁଇଟରକୁ କହିଲେ ସରକାର
୧୧୭୮ ପାକିସ୍ତାନ-ଖାଲିସ୍ତାନୀ ଆକାଉଣ୍ଟ ହଟାଇବାକୁ ଟୁଇଟରକୁ କହିଲେ ସରକାର

ନୂଆଦିଲ୍ଲୀ: କୃଷକଙ୍କ ମଧ୍ୟରେ ଭୁଲ ତଥ୍ୟ ଏବଂ ଗୁଜବ ପ୍ରଚାର କରୁଥିବା ନେଇ ଟୁଇଟର ଆକାଉଣ୍ଟ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୂଚନା ଅନୁସାରେ, ସରକାର ୧୧୭୮ ପାକିସ୍ତାନୀ ଏବଂ ଖାଲିସ୍ତାନୀ ଟୁଇଟର ଆକାଉଣ୍ଟ ବନ୍ଦ କରିବାକୁ କହିଛନ୍ତି। ଏହି ଟୁଇଟର ଆକାଉଣ୍ଟ ଗୁଜବ ପ୍ରଚାର କରୁଛି ଏବଂ କୃଷକ ବିରୋଧୀ ପ୍ରଦର୍ଶନ କରୁଛି। ତଥାପି ଟୁଇଟର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ ଏବଂ ଏହି ଆକାଉଣ୍ଟଗୁଡିକ ଏପର୍ଯ୍ୟନ୍ତ ହଟାଯାଇ ନାହିଁ। କୃଷକ ଆନ୍ଦୋଳନରେ ପାକିସ୍ତାନୀ ହସ୍ତକ୍ଷେପ ଏବଂ କୃଷକ ଆନ୍ଦୋଳନରେ ଖଲିସ୍ତାନୀ ନେତା ଜଡିତ ଥିବା ନେଇ ଆରମ୍ଭରୁ ସରକାର ଅଭିଯୋଗ ଆଣିଥିଲେ।

ଏଥସହିତ ଏହି ଆକାଉଣ୍ଟରୁ ହୋଇଥିବା ବିବାଦୀୟ ଟୁଇଟ ଗୁଡ଼ିକୁ ହଟାଇବାକୁ ସରକାର କହିଛନ୍ତି, ଏହାକୁ ଟୁଇଟର ସିଇଓ ଜ୍ୟାକ୍ ଡୋର୍ସି ମଧ୍ୟ ପସନ୍ଦ କରିଛନ୍ତି। ସୂଚନାନୁସାରେ, ଏହି ଟୁଇଟର ଆକାଉଣ୍ଟଗୁଡିକର ତାଲିକା ମନ୍ତ୍ରଣାଳୟ ଦ୍ୱାରା ୪ ଫେବୃଆରୀରେ ଟୁଇଟରରେ ଦାଖଲ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାପୂର୍ବରୁ ଜାନୁୟାରୀ ୩୧ ରେ ସରକାର ଟୁଇଟରକୁ ୨୫୭ ଆକାଉଣ୍ଟକୁ ରଦ୍ଦ କରିବାକୁ କହିଥିଲେ। ଟୁଇଟର୍ ଏହି ସବୁ ଆକାଉଣ୍ଟକୁ ବ୍ଲକ୍ କରିବାର କିଛି ସମୟ ପରେ ପୁଣି ଅନବ୍ଲକ୍ କରିଦେଇଥିଲା। ଏଥିସହିତ ଟୁଇଟର ଏହାକୁ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି କହିଥିଲା।