୨୪ ଘଣ୍ଟାରେ ପ୍ରାୟ ୨.୯୫ ଲକ୍ଷ ସଂକ୍ରମିତ, ୨ ହଜାରରୁ ଅଧିକ ମୃତ୍ୟୁ

୨୪ ଘଣ୍ଟାରେ ପ୍ରାୟ ୨.୯୫ ଲକ୍ଷ ସଂକ୍ରମିତ, ୨ ହଜାରରୁ ଅଧିକ ମୃତ୍ୟୁ
୨୪ ଘଣ୍ଟାରେ ପ୍ରାୟ ୨.୯୫ ଲକ୍ଷ ସଂକ୍ରମିତ, ୨ ହଜାରରୁ ଅଧିକ ମୃତ୍ୟୁ

ଭାରତରେ କରୋନା ଭାଇରସ ସଂକ୍ରମଣ ଆହୁରି ଖରାପ ସ୍ତରକୁ ଚାଲିଯାଇଛି। କରୋନାର ୨ୟ ଲହର ମାଡ଼ିଚାଲିଛି। ଏହାରି ମଧ୍ୟରେ ମାତ୍ର ୨୪ ଘଣ୍ଟାରେ ପାଖାପାଖି ୩ ଲକ୍ଷ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ହଜାର ଅତିକ୍ରମ କରିଛି। ଭାରତରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ କରୋନା ସଂକ୍ରମଣ ଏଭଳି ଭାବରେ ବୃଦ୍ଧି ପାଇଛି।

ସୂଚନା ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨ ଲକ୍ଷ ୯୫ ହଜାର ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ୨ ହଜାର ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଭାରତରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ୨୧ ଲକ୍ଷ ୫୭ ହଜାର ୫୩୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। କୋଭିଡରୁ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୭ ହଜାର ୪୫୭ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୧ କୋଟି ୩୨ ଲକ୍ଷ ୭୬ ହଜାର ୩୯ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।