୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରିଥିଲା ପ୍ରେମିକ

୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରିଥିଲା  ପ୍ରେମିକ
୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରିଥିଲା  ପ୍ରେମିକ

ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମାଲାରୁ ପରଦା ଉଠିଛି। ମାତ୍ର ୩୦ ହଜାର ଟଙ୍କା ପାଇଁ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଝରାଫୁଲକୁ ହତ୍ୟା କରିଥିବା ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାକେଶ ବାଇକ କିଣିବା ଲାଗି ଝରାଫୁଲଙ୍କଠାରୁ ୩୦ ହଜାର ଟଙ୍କା ନେଇଥଲା। ଟଙ୍କା ଫେରାଇବା ଲାଗି ଦିନ ଗଡ଼ାଇବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିଲା। ଟଙ୍କା ନଦେଲେ ରାକେଶର ଘରକୁ ଯାଇ କହିବ ବୋଲି ଝରାଫୁଲ ଚେତାବନୀ ଦେଇଥିଲା। ସେଥିପାଇଁ ଟଙ୍କା ଦେବା ବାହାନାରେ ଝରାଫୁଲକୁ ରାକେଶ ଡକାଇଥିଲା। ଜନ୍ମଦିନ ପାର୍ଟିକୁ ଆସିଥିବା ଝରାଫୁଲକୁ ରାକେଶ ଅଟକାଇଥିଲା। ପରେ ୨୬ ତାରିଖରେ ଝରାଫୁଲକୁ ଏକ ଓୟୋ ହୋଟେଲକୁ ନେଇଯାଇଥିଲା ରାକେଶ। ସେଠାରେ ବଳପୂର୍ବକୁ ଝରାଫୁଲକୁ ମଦ ପିଆଇଥିଲା ରାକେଶ। ମଦ ପିଇ ଚେତାଶୂନ୍ୟ ହେଲା ପରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ପରେ ଉଭୟ ସହଯୋଗୀଙ୍କୁ ଡାକି ରାକେଶ ଶବ ଫିଙ୍ଗିବା ବ୍ୟବସ୍ଥା କରିଥିଲା। ଘଟଣାରେ ରାକେଶ ସହ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି। ରିମାଣ୍ଡରେ ଆଣି ସେମାନଙ୍କୁ ଅଧିକ ପଚରାଉଚୁରା କରାଯିବ ବୋଲି ଏସପି କହିଛନ୍ତି। ଖୁବଶୀଘ୍ର ମାମଲାର ଚାର୍ଜସିଟ ପ୍ରସ୍ତୁତ କରାଯିବ।