୪୭ଟି ରାଷ୍ଟ୍ରକୁ କରୋନା ଟିକା ପଠାଇଛି ଭାରତ

୪୭ଟି ରାଷ୍ଟ୍ରକୁ କରୋନା ଟିକା ପଠାଇଛି ଭାରତ
୪୭ଟି ରାଷ୍ଟ୍ରକୁ କରୋନା ଟିକା ପଠାଇଛି ଭାରତ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭାରତ ନିଜ ଦେଶରେ ବ୍ୟାପକ ଭାବେ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଛି। ଏଥି ସହିତ ଭାରତ ୪.୬୪ କୋଟିର କୋଭିଡ-୧୯ ଡୋଜ ୪୭ଟି ଦେଶକୁ ରପ୍ତାନି କରିଛି। ସୂଚନାଯୋଗ୍ୟ ଯେ, ଭାରତରେ ଗତ ଜାନୁଆରୀ ୧୬ ତାରିଖରୁ କରୋନା ଟିକାକରଣ ଆରମ୍ଭ ହୋଇଥିଲା। ଏହାର ଅଳ୍ପ କିଛି ଦିନ ପରେ ପଡୋଶୀ ରାଷ୍ଟ୍ରକୁ ପ୍ରାଥମିକତା ଦେଇ ବାଂଲାଦେଶ, ନେପାଳ, ଭୂଟାନ, ଶ୍ରୀଲଙ୍କା ଓ ମିଆଁମାରକୁ ଟିକା ପଠାଯାଇଥିଲା। ତେବେ ମାର୍ଚ୍ଚ ୪ ତାରିଖ ସୁଦ୍ଧା ଭାରତରୁ ବିଦେଶକୁ ୪ କୋଟି ୬୪ ଲକ୍ଷ ଡୋଜ କରୋନା ଟିକା ରପ୍ତାନି ହୋଇଛି।

ଭାରତ ୭୧ ଲକ୍ଷ ୨୫ ହଜାର ଡୋଜ କରୋନା ଟିକା ଉପହାର ସ୍ୱରୂପ ରପ୍ତାନି କରିଥିବା ବେଳେ ୩ କୋଟି ୯୩ ଲକ୍ଷ ଡୋଜ ବିକ୍ରି କରିଛି। ଭାରତୀୟ ଟିକାକୁ ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଗୁଡ଼ିକ କିଣିଛନ୍ତି। ଭାରତରୁ କାନାଡା ୫ ଲକ୍ଷ ଟିକା ଗ୍ରହଣ କରିଛି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଭାରତୀୟ କରୋନା ଟିକାକୁ ବିଦେଶରେ ପ୍ରଶଂସା କରାଯାଉଛି। ବିଶ୍ୱର ଜଣାଶୁଣା ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତୀୟ କରୋନା ଟିକା ବାରବୋଡସ, ଡୋମିନିକା, ସେଣ୍ଟ ଲୁସିଆ, ସେଣ୍ଟ କିଟ୍ଟ ଏବଂ ନେଭିସ, ସେଣ୍ଟ ଭିସେଣ୍ଟ ଏବଂ ଗ୍ରେନାଡିନ୍ସ, ଆଣ୍ଟିଗୁଆ ଓ ବାରବୁଡ଼ାରେ ସୁନାମ ଆଣିଛି। ଏହି ଦେଶରେ ନେତାମାନେ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଏସିଆ ରାଷ୍ଟ୍ର ସମୂହର ନେତାମାନେ ମଧ୍ୟ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।