୮୦ ହଜାର ଲାଞ୍ଚ ନେବାବେଳେ ଧରାପଡିଲେ ଅଧ୍ୟକ୍ଷା

୮୦ ହଜାର ଲାଞ୍ଚ ନେବାବେଳେ ଧରାପଡିଲେ ଅଧ୍ୟକ୍ଷା
୮୦ ହଜାର ଲାଞ୍ଚ ନେବାବେଳେ ଧରାପଡିଲେ ଅଧ୍ୟକ୍ଷା

ଭୁବନେଶ୍ୱର, ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷା। ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜ ଅଧ୍ୟକ୍ଷା ମିନତୀ ରଥଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ମିନତୀ ରଥ କଲେଜ ଲାଇବ୍ରେରିଆନଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗିର-ସୋନପୁର-ସମ୍ବଲପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।
ଲାଇବ୍ରେରିଆନ ଡୋଲାମଣି ମେହେର ଗୋଟିଏ ଦିନ ଦରଖାସ୍ତ ନଦେଇ କଲେଜ ଆସିନଥିଲେ । ତେବେ ଅଧ୍ୟକ୍ଷା ଲାଇବ୍ରେରିଆନ କାହିଁକି କଲେଜ ଆସିଲନାହିଁ ବୋଲି ପଚାରିଥିଲେ । ପରେ କାରଣ ଦର୍ଶାଅ ନୋଟିସ ଦେବା ସହ ୧ ଲକ୍ଷ ଟଙ୍କା ନଦେଲେ ଚାକିରିରୁ ବିଦା କରିଦେବି ବୋଲି ଧମକ ଦେଇ ଆସୁଥିଲେ । ତେବେ ଲାଇବ୍ରେରିଆନଙ୍କୁ ଅଧ୍ୟକ୍ଷା ପ୍ରଥମେ ୮୦ ହଜାର ଏବଂ ପରେ ୨୦ ହଜାର ଟଙ୍କା ଦେବାକୁ ଚାପ ଦେଉଥିଲେ । ତେବେ ସୋମବାର ଅଧ୍ୟକ୍ଷାଙ୍କ ଘରେ ୮୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ବିଭାଗ ଅଧ୍ୟକ୍ଷାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରୁଛି ।